ବିଜୁ ଜନତା ଦଳକୁ ନେଇ ବଡ଼ ବୟାନ ରଖିଲେ ପୂର୍ବତନ ବିଜେଡି ନେତା ଅମର ଶତପଥୀ । ଏବେ ଲୋକ ଓ କର୍ମୀଙ୍କଠାରୁ ଦୂରେଇ ଯାଉଛି ଦଳ । ବିଜେଡି ଲୋକେ ହିଁ ଗଠନ କରିବେ ନୂଆ ଦଳ ବୋଲି ଅମର ଶତପଥୀ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ବର୍ତ୍ତମାନ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନ ଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦୂରେଇ ଯିବେ ।
ସେହିପରି ବିଜେଡିରେ କିଏ ହେବେ ଏକନାଥ ସିନ୍ଧେ ପ୍ରଶ୍ନରେ ଅମର ଶତପଥୀ କହିଛନ୍ତି, ବର୍ତ୍ତମାନ ସିଏ ଗୋପରେ ବଢୁଛି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ । ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ମଧ୍ୟ ଏନେଇ ଇଙ୍ଗିତ ଦେଇଥିଲେ । ଆଜି ତଥାଗତଙ୍କ କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ତେବେ ଅମରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

LEAVE A REPLY

Please enter your comment!
Please enter your name here