ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ୨୬ତମ କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ପ୍ରସ୍ତାବ ଉପରେ ମୋହର ବାଜିବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କ୍ଷମତା ବୃଦ୍ଧି ପାଇଛି । ଏଣିକି ୧୦ ଲକ୍ଷ ଯାଏଁ ଅର୍ଥ ରାଶି ମଞ୍ଜୁର କରିପାରିବେ BDO । ପଞ୍ଚାୟତିରାଜ ବିଭାଗର ସହକାରୀ, କାର୍ଯ୍ୟନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ କ୍ଷମତା ମଧ୍ୟ ବୃଦ୍ଧି ପାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ଅନୁମୋଦନ । ଏଥିସହ ,ନ୍ୟୁ ଭୁବନେଶ୍ଵର ସିଟି ପାଇଁ ମାଷ୍ଟର ପ୍ଲାନ୍ ଉପରେ ମୋହର ବାଜିଛି । ବାଣିଜ୍ୟ ପରିବହନ ବିଭାଗର ଫାଇନକୁ କୋହଳ ପାଇଁ ନିଷ୍ପତ୍ତି ନିଆଯାଇଛି । ୨୦୨୦ରୁ ଆଜିଯାଏଁ ୩୧ ଲକ୍ଷ ଚାଲାଣ ବାକି ରହିଛି । ୬ ମାସ ପାଇଁ ରାଜ୍ୟରେ କୋହଳ ନିୟମ ଲାଗୁ ହେବ । ଫାଇନକୁ ୫୦% ନ ହେଲେ ଆଇନ ଅନୁସାରେ ସର୍ବନିମ୍ନ ଅର୍ଥ ନିଆଯିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।














