ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ବିଭିନ୍ନ ରାଜ୍ୟକୁ ବୁଲି ପ୍ରକଳ୍ପ ବାଣ୍ଟିବାରେ ଲାଗି ପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଓଡିଶା ଉପରେ ରହିଛି ତାଙ୍କର ବିଶେଷ ଦୃଷ୍ଟି । ମାସକ ଭିତରେ ତିନିଥର ଓଡିଶା ଗସ୍ତ କରି ମୋଦୀ ତାଙ୍କ ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଡିସେମ୍ବର ୨୪ ତାରିଖ ଗସ୍ତ ବେଳେ ୧୪ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପ, ଜାନୁଆରୀ ୫ ତାରିଖରେ ବାରିପଦା ଗସ୍ତ ବେଳେ ସାଢେ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ, ଆଉ ଏବେ ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତ ବେଳେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିବେ । ବଲାଙ୍ଗୀର ଗସ୍ତକାଳରେ ଖୋର୍ଦ୍ଧା-ବଲାଙ୍ଗିର ଲାଇନର ବଲାଙ୍ଗିର ପଟୁ ରେଳ ଚଳାଚଳର ଶୁଭ ଉଦଘାଟନ କରିବେ । ବଲାଙ୍ଗିର ଓ ବିଛୁପାଲି ଷ୍ଟେସନ ମଧ୍ୟରେ ନୂତନ ଟ୍ରେନର ଲୋକାର୍ପଣ କରିବେ । ସେହିପରି ସୋନପୁରଠାରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିବେ । ଏହା ବ୍ୟତୀତ ୬ଟି ଜିଲ୍ଲାର ମୁଖ୍ୟ ଡାକଘରେ ପାସପୋର୍ଟ ସେବା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତପୂର୍ବରୁୁ ରେଳ, ଡାକ ଓ ମାନବ ସମ୍ବଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here