ବିଜୁ ଯୁବ ସଭାପତି ଚୟନ ପ୍ରତି ଅସନ୍ତୁଷ୍ଟ ହୋଇ ହରିଶଙ୍କର ରାଉତ ଇସ୍ତଫା ଦେଇଛନ୍ତି । ସେ କିଛି ଦିନ ପୂର୍ବରୁ ମଧ୍ୟ କହିଥିଲେ ଯେ, ଦଳ ତାଙ୍କୁ ପ୍ରତିଶ୍ରୁତି ଦେଇ ଧୋକା ଦେଇଛି । ଇସ୍ତଫା ପତ୍ରରେ ସେ ଦଳ ଭିତରେ ଚାଲୁଥିବା ଅଣଓଡ଼ିଆ ରାଜନୀତିକୁ ଉଜାଗର କରିଛନ୍ତି । “ଶାଗପଖାଳ ଖାଇ ସ୍ବାଭିମାନୀ ଓଡ଼ିଆ ରହିବି, କିନ୍ତୁ ଅଣଓଡ଼ିଆଙ୍କ କ୍ରୀତଦାସ ହେବିନି”—ଏଭଳି କହିଛନ୍ତି । ବିଜୁ ଯୁବ ସଭାପତି ଚୟନ ପ୍ରତି ଅସନ୍ତୋଷ ବ୍ୟକ୍ତି କରି ହରିଶଙ୍କର ରାଉତ ଗୁରୁବାର ଇସ୍ତଫା ଦେଇଛନ୍ତି । ସେ ପ୍ରାଥମିକ ସଦସ୍ୟତା ଛାଡ଼ିବା ବିଷୟରେ ସୋସିଆଲ୍ ମିଡିଆରେ ସୂଚନା ଦେଇଥୁବା ସହ, ଇସ୍ତଫା ପତ୍ରକୁ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ହରିଶଙ୍କର ରାଉତ ବିଜୁ ଯୁବ ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିଲେ । ଦଳ ତାଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା କିଛି ଦିନ ତଳେ କହିଥିଲେ । ଶେଷରେ ସେ ଇସ୍ତଫା ଦେଇଛନ୍ତି । ତିନି ପୃଷ୍ଠାର ଇସ୍ତଫା ପତ୍ର ଦଳ ଭିତରେ ଚାଲୁଥିବା ଅଣଓଡ଼ିଆ ରାଜୁତିର ଗୁମର ଖୋଲିଛନ୍ତି । ସେ ଲେଖିଛନ୍ତି, “ଦୀର୍ଘ କୋଡ଼ିଏ ବର୍ଷ ଦଳକୁ ସମର୍ପିତ କରିଥିଲି, ଦଳପ୍ରତି କେବେବି ବିଶ୍ୱାସଘାତକ କାମ କରିନାହିଁ । କିନ୍ତୁ ମୋତେ ଛାତ୍ର ସଭାପତି କରିବା ପାଇଁ ଆପଣଙ୍କର ଦଳର ଛାମୁଆ ସଙ୍ଗଠନ ବୁଝୁଥିବା ନେତାମାନେ ତିନି ଥର ପ୍ରତିଶ୍ରୁତି ଦେଇ ମୋ ସହ ଧୋକା କରିଥିଲେ । ”














