ଲାଲକିଲ୍ଲାରେ 76 ତମ ସ୍ବାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ପରିବାରବାଦ ଏବଂ ଦୁର୍ନୀତି କଥା କହି ବିରୋଧୀଙ୍କୁ ଆକ୍ଷେପ କରିଛନ୍ତି ମୋଦି । ପରିବାରବାଦ ଓ ଦୁର୍ନୀତି ଦେଶକୁ ଫମ୍ପା କରୁଛି ଏବଂ ଏହା ବିରୋଧରେ ସେ ଲଢେଇ ଜାରି ରଖିଛନ୍ତି ବୋଲି କହିଛନ୍ତି । ଦେଶବାସୀଙ୍କୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ଭାରତରୁ ଦୁର୍ନୀତି ହଟାଇବାକୁ ହେବ । ପରିବାରବାଦ କଥା ସେ ଯେତେବେଳେ କହନ୍ତି, ବିରୋଧୀ କୁହନ୍ତି, ସେ ରାଜନୀତି କରୁଛନ୍ତି । ଦେଶବାସୀ ଗରିବୀ ସହ ଲଢେଇ ଜାରି ରଖିଛନ୍ତି । ପରିବାରବାଦ ଓ ଦୁର୍ନୀତି ହଟିଲେ ଦେଶରୁ ଗରିବୀ ହଟିବ ବୋଲି ମୋଦି କହିଛନ୍ତି ।
ଦେଶରେ ମହିଳାଙ୍କୁ ସମ୍ମାନ ଦେବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ମହିଳାଙ୍କୁ ସମ୍ମାନ ଦେବା ଆମ ଦେଶର ପରଂପରା ଏବଂ ଏହାକୁ ପ୍ରାଥମିକତା ଦେବା ଉଚିକ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here