ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକ୍ରିଷ୍ଣନ୍ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ୧୦.୧୦ ମିନିଟରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଜଣେ ସକ୍ରିୟ ସଦସ୍ୟ ଥିବା ତାମିଲନାଡୁର ବରିଷ୍ଠ ବିଜେପି ନେତା ୬୭ ବର୍ଷୀୟ ରାଧାକୃଷ୍ଣନ ୪୫୨ ଭୋଟ ପାଇ ଉପ-ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି।

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ହଠାତ୍ ଇସ୍ତଫା ଯୋଗୁ ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ତାଙ୍କ ବିଜୟ ପରେ ଗୁରୁବାର ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ମୁର୍ମୁ ନୂତନ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here