ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚୀନକୁ ଟାରିଫ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ୫୦ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁକ୍ଳ ଲଗାଇବାର ବିକଳ୍ପ ଭାବିବେ । ଟ୍ରମ୍ପଙ୍କ ମତାନୁସାରେ, ଏହି ପଦକ୍ଷେପ ଆମେରିକାର ଅର୍ଥନୀତିକୁ ସୁଦୃଢ କରିବା ସହିତ ରୁଷ-ୟୁକ୍ରେନ ଯୁଦ୍ଧ ଶୀଘ୍ର ସମାପ୍ତ ହେବାରେ ମଧ୍ୟ ଉପକାରୀ ହେବ ।
ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ସେ ରୁଷ ବିରୋଧରେ କଠୋର ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ । ତଥାପି ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ପଦକ୍ଷେପ ସମ୍ଭବ ହେବ ଯଦି ସମସ୍ତ ନାଟୋ ଦେଶ ଏକା ହୋଇ ସହମତି ଜଣାଇବେ ଏବଂ ରୁଷରୁ ତେଲ କିଣିବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ।














