ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରକୁ ବଡ଼ ଭେଟି ଦେଇଛନ୍ତି । ପ୍ରାୟ ୪୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦି । ପୂର୍ଣ୍ଣିୟାରେ ଆୟୋଜିତ ଜନସଭା ରେ ଆରଜେଡି-କଂଗ୍ରେସର ପୋଲ ଖୋଲିଲେ ମୋଦି ଓ କହିଲେ, ବିହାରର ଲୋକଙ୍କୁ ଲଣ୍ଠନ ଦେଖାଇ ଲୁଣ୍ଠନ କରିବାର ଚକ୍ରାନ୍ତ ହେଉଛି । ଅନୁପ୍ରବେଶକାରୀଙ୍କୁ ନେଇ ଭୋଟବ୍ୟାଙ୍କ ରାଜନୀତି କରୁଥିବା ଆରଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । SIRକୁ ନେଇ ଇଣ୍ଡିନେତା ଲୋକଙ୍କୁ ଭୁଲ ତଥ୍ୟ ଦେଖାଇ ଭୁଆଁ ବୁଲାଉଛନ୍ତି । ବିହାର ନିର୍ବାଚନରେ ଜିତିବା ପରେ ୫ ବର୍ଷ ମଧ୍ୟରେ ରାଜ୍ୟର ଏକ କୋଟି ଯୁବକଙ୍କୁ ଚାକିରି ଓ ରୋଜଗାର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୧ ବର୍ଷ ମଧ୍ୟରେ କେବଳ ବିହାରରେ ୪ କୋଟି ଗରୀବଙ୍କୁ ଘର ଯୋଗାଇ ଦିଆଯାଇଥିବା କହିଛନ୍ତି ମୋଦି ।
ଅପରେସନ ସିନ୍ଦୁର ପରେ ଇଷ୍ଚର୍ଣ୍ଣ କମାଣ୍ଡ ପକ୍ଷରୁ ଆୟୋଜିତ ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ସେନାରେ ବୈଷୟିକ ପରିବର୍ତ୍ତନ ଓ ଭବିଷ୍ୟତ ବିଷୟବସ୍ତୁକୁ ନେଇ ହୋଇଛି ଆଲୋଚନା । ୩ ଦିନିଆ ଗସ୍ତରେ ୫ ରାଜ୍ୟ ପାଇଁ ମୋଟ ୭୧ ହଜାର ୮୫୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।













