ଓଟିଇଟି ପରୀକ୍ଷା ବାତିଲ । ଆଜି ସକାଳୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି । ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୂରିବୁଲିଥିଲ। ତେଣୁ ଘଟଣାର ତନାଘନା ଆରମ୍ଭ ହୋଇଥିଲା । ତେବେ ଘଟଣାକୁ ଦୁର୍ଭାଗ୍ୟଜନକ କହି ପରୀକ୍ଷାକୁ ବାତିଲ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ଜାହାନ ଆରା ବେଗମ୍ । ପୁଣି ଥରେ ଓଟିଇଟି ପରୀକ୍ଷା କରାଯିବ । ତେବେ କେବେ ପରୀକ୍ଷା କରାଯିବ ତାହା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ଆଜିର ଦୁଇଟି ସିଟିଂ ପରୀକ୍ଷାକୁ ବାତିଲ କରାଯାଇଛି । ବୁଧବାରଠାରୁ ଆରମ୍ଭ ହୋଇଥିଲା ଓଟିଇଟି ପରୀକ୍ଷା । କିନ୍ତୁ ସୋସିଆଲ ମିଡିଆରେ ମୋବାଇଲକୁ ମୋବାଇଲ ଘୁରି ବୁଲୁଥିଲା ପ୍ରଶ୍ନପତ୍ର । ସେଟ୍-ବି ର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହା ଭାଇରାଲ ହେଉଥିବାରୁ ଛାତ୍ରଛାତ୍ରୀମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here