ସୂର୍ଯ୍ୟ କୁମାର ଯାଦବ ବିପକ୍ଷ ଟିମର(ପାକିସ୍ତାନ)ଧିନାୟକଙ୍କ ସହିତ ହାତ ନମିଳାଇବାକୁ ନେଇ କିଛି ପ୍ରଶ୍ନ ସୃଷ୍ଟି ହୋଇଛି । ଗତକାଲି ମ୍ୟାଚ୍ ଆରମ୍ଭରୁ ସୂର୍ଯ୍ୟକୁମାର ଯାଦବ ଟସ୍ ପକାଇଥିଲେ । ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇବାକୁ ସିଧାସଳଖ ମନା କରିଦେଇଥିଲେ । ଏହା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ଏହା ପରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ପାକ୍ ଖେଳାଳିମାନେ ଶୁଭେଚ୍ଛା ଜଣାଇବାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ଟିମର କୌଣସି ଖେଳାଳି କିମ୍ବା ସଦସ୍ୟ ବିପକ୍ଷ ଟିମ୍ ସହିତ ହାତ ମିଳାଇ ନଥିଲେ। ସୂର୍ଯ୍ୟକୁମାର ପ୍ରତିକ୍ରିୟା ରଖି କହିଥିଲେ, ତାଙ୍କ ଟିମ୍ କେବଳ ଖେଳିବାକୁ ଆସିଥିଲେ ଏବଂ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲେ । ଜୀବନରେ କିଛିଟା ଖେଳାଳିଙ୍କ ଭାବନାରୁ ଉର୍ଦ୍ଧ୍ୱରେ ଅଟେ ବୋଲି ସୂର୍ଯ୍ୟକୁମାର କହିଥିଲେ । ଏହା ସହିତ ଆହୁରି କହିଥିଲେ ଯେ ପହଲଗାମ ପୀଡ଼ିତଙ୍କ ପରିବାର ସହିତ ସମ୍ପୂର୍ଣ୍ଣ ଟିମ୍ ରହିଛି । ଅପରେସନ ସିନ୍ଦୂର ପାଇଁ ଏହି ବିଜୟକୁ ଭାରତୀୟ ସେନାଙ୍କୁ ସମର୍ପିତ କରିଥିଲେ ଅଧିନାୟକ ସୂର୍ଯ୍ୟକୁମାର ।

ପାକିସ୍ତାନର ଟିମ୍ ମ୍ୟାନେଜର ନବୀଦ ଅଖତର ଭାରତୀୟ ଟିମ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମ୍ୟାଚ୍ ରେଫ୍ରିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତି ଅନ୍ୟ ଖେଳରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆଇସିସିରେ ଏଭଳି କିଛି ନିୟମ ଅଛି କି ବୋଲି ପ୍ରଶ୍ନ ଉଠିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନିୟମରେ କରମର୍ଦ୍ଦନ ବାଧ୍ୟମୂଳକ ନେଇ କୌଣସି ନିୟମ ଉଲ୍ଲେଖ ନାହିଁ । ତେଣୁ ମ୍ୟାଚରୁ ନିଲମ୍ବିତ କରିବା କିମ୍ବା ଜୋରିମାନା ନେଇ କିଛି ବି ଲାଗୁ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here