ଉଷୁନା ଚାଉଳକୁ ନେଇ ରାଜନୀତି । ଏଫସିଆଇ ଉଷୁନା ଚାଉଳ ପଚାଶ ପ୍ରତିଶତ ନେବାକୁ କହିବା ପରେ ଦାନା ଧରିଛି ଉଷୁନା ରାଜନୀତି । ଓଡିଶା ସମେତ କିଛି ପୂର୍ବାଞ୍ଚଳ ରାଜ୍ୟରେ ଉଷୁନା ଚାଉଳର ବ୍ୟବହାର ହେଉଥିବାରୁ ଉଷୁନା ଚାଉଳ ସଂଗ୍ରହ ଉପରେ କଟକଣା ଜାରି କରିଛି ଏଫସିଆଇ । ତେବେ ଏଫସିଆଇର ଏହି ଚିଠି ପରେ ବିଜେଡି ଏହାଦ୍ବାରା ଓଡିଶା ପ୍ରଭାବିତ ହେବ ବୋଲି କହି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲା । ବିଜେଡି ଆକ୍ଷେପର ଜବାବ ରଖିଛି ବିଜେପି । ବିଜେପି ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ପ୍ରେସମିଟରେ କହିଛନ୍ତି, ଉଷୁନା ଓ ଅରୁଆ ମିଲର ବିକନ୍ତି ଏବଂ ଅରୁଆ ତୁଳନାରେ ଉଷୁନା ଚାଉଳରେ ମିଲର ବେଶୀ ଲାଭବାନ ହୁଅନ୍ତି । ଅରୁଆ ଅପେକ୍ଷା ଉଷୁନାରେ ଅଧିକ 7 ପ୍ରତିଶତ ଚାଉଳ ଉତ୍ପାଦନ ହୋଇଥାଏ । ଚାଉଳ କୁଣ୍ଡାରେ ମଧ୍ୟ ତେଲ ପ୍ରସ୍ତୁତ ହୋଇଥାଏ । ଚାଷୀ କେବଳ ଧାନ ବିକିଥାଏ, ମିଲର ଚାଉଳ ପ୍ରସ୍ତୁତ କରିଥାନ୍ତି । ତେଣୁ ରାଜ୍ୟର ଚାଷୀଙ୍କ ସପକ୍ଷରେ ନୁହେଁ, ବରଂ ମିଲରଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ଏମିତି କହୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଗୁରୁତ୍ବର ସହ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here