ଦୁର୍ନୀତି ଏବଂ ଇଣ୍ଟରନେଟ୍ ଗଣମାଧ୍ୟମ ଉପରେ ପ୍ରତିବନ୍ଧକକୁ ନେଇ ହୋଇଥିବା ହିଂସାତ୍ମକ ପ୍ରତିବାଦ ଓ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ, ନେପାଳ ପୁନର୍ବାର ଶାନ୍ତି ଏବଂ ପ୍ରଗତିର ଦିଗକୁ ଗତି କରୁଛି। ସୁଶୀଳା କାର୍କିଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରରେ ନୂତନ ମନ୍ତ୍ରୀମାନେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥିରେ ଅଭିଜ୍ଞତାକୁ ମୁଖ୍ୟ ମାନଦଣ୍ଡ ଭାବେ ଧରାଯାଇଛି। ସୋମବାର ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ତିନିଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ହିଂସାତ୍ମକ ପ୍ରତିବାଦ ସମୟରେ ଶୀତଳ ନିବାସ କ୍ଷତିଗ୍ରସ୍ତ ହୋଇଥିବାରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଶୀତଳ ନିବାସର ଏକ ତମ୍ବୁରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଉଲ୍ଲେଖନୀୟ ଯେ ଆନ୍ଦୋଳନ ପରେ ରବିବାର କାର୍କି ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଦାୟିତ୍ୱ ଗ୍ରହଣ କରିବା ପରେ ଆର୍ଯ୍ୟଲ କହିଲେ ଯେ ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଥମ କାର୍ଯ୍ୟ ହେବ ସମୟ ମଧ୍ୟରେ ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା। ସେ ପ୍ରଦର୍ଶନ ସମୟରେ ହୋଇଥିବା ଅତ୍ୟଧିକ ବଳ ପ୍ରୟୋଗର ତଦନ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ।

LEAVE A REPLY

Please enter your comment!
Please enter your name here