ଆନ୍ଧ୍ରପ୍ରଦେଶରୁ ଗିରଫ ହେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁର ।  ଯୁବତୀଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଅଭିଯୋଗରେ ସୋମବାର ବିଧାୟକଙ୍କୁ ଗିରଫ କରିଛି ପୋଲିସ ।

ସେପ୍ଟେମ୍ବର 4 ତାରିଖରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ନେଇ ବିଧାୟକଙ୍କ ବିରୋଧରେ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ସହ ଯୁବତୀଙ୍କ ମାଆ ବିଧାୟକ ଓ ତାଙ୍କ ଡ୍ରାଇଭରଙ୍କ ବିରୋଧରେ ମାଡ଼ ମାରିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବିଧାୟକଙ୍କୁ ଧରିବା ପାଇଁ କନ୍ଧମାଳ ପୋଲିସ ଦୁଇଟି ଟିମ ଗଠନ କରିଥିଲା । ତେବେ ସୋମବାର ବିଧାୟକଙ୍କୁ ଅାନ୍ଧ୍ରପ୍ରଦେଶରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଦେବେନ୍ଦ୍ରଙ୍କ ବିରୋଧରେ ଆଇପିସି ଧାରା 451,294,323,354,506 ଓ 370 ଦଫା ଆଧାରରେ ମାମଲା ରୁଜୁ କରାଯାଇଛି । ତାଙ୍କର ଦୁଇ ସହଯୋଗୀ ରିଙ୍କୁ ସାହୁ ଏବଂ ବୈଜୟନ୍ତୀ କଅଁରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here