ଇସ୍ରାଏଲଙ୍କ ଆକ୍ରମଣ ଦିନକୁ ଦିନ ଅଧିକ କ୍ରୁର ହେବାରେ ଲାଗିଛି। ଗାଜାରେ ମୃତ୍ୟୁର ଲହରି ମାଡ଼ି ଚାଲିଛି । ଏକାସାଥ୍ରେ ୯୧ ଜଣଙ୍କୁ ମାରିଛି ଇସ୍ରାଏଲୀ ସେନା । ସମ୍ପୂର୍ଣ୍ଣ ଗାଜାକୁ ଦଖଲ କରିବା ଲକ୍ଷ୍ୟରେ ଆଇଡିଏଫ “ଅପରେସନ ଗିଡିୟନ ଚାରିଅଟ୍’ ଆରମ୍ଭ କରିଛି, ଯାହାର ଉଦ୍ଦେଶ୍ୟ ବନ୍ଧକମାନଙ୍କୁ ମୁକ୍ତ କରାଇବା । ଗାଜା ପଟିକୁ ସମ୍ପୂର୍ଣ୍ଣ ଖାଲି କରାଯାଉଛି । ଶନିବାର ମଧ୍ୟରାତ୍ରରେ ଇସ୍ରାଏଲର ବଡ଼ ଆକ୍ରମଣ ରେ ଏକାସଙ୍ଗେ ୯୧ ଜଣଙ୍କ ମୃତ୍ୟୁ ହୋଇଛି। ପଳାୟନ ସମୟରେ ଆକ୍ରମଣ କରିଛି ଆଇଡିଏଫ୍ । ଗାଜାପଟିରେ ଏହି ଅପରେସନରେ ୩ ମାସ ହେବ ଚାଲିଛି ।ଉତ୍ତର ଗାଜା ଷ୍ଟ୍ରିପରେ ଅବସ୍ଥିତ ଗାଜା ଉପରେ ଆକ୍ରମଣ କରାଯାଇଛି ।ଏହି ଅପରେସନର ଲକ୍ଷ୍ୟ ହେଉଛି , ହମାସକୁ ସମୂଳେ ବିନାଶ କରିବ । ଗାଜା ଲୋକଙ୍କୁ ବନ୍ଧକ ରଖି ବ୍ଲାକମେଲିଂ କରୁଛି ହମାସ୍ ,ତେଣୁ ଗାଜାରୁ ଲୋକଙ୍କୁ ବାହାର କରି ହମାସ୍ ଆଡ୍ଡାକୁ ଆକ୍ରମଣ କରୁଛି । ପଳାୟନ ସମୟରେ ଓ ଶିବିରରେ ଥିବା ଶରଣାଥୀ ବର୍ତ୍ତି ପାରିନାହାନ୍ତି। ଦକ୍ଷିଶ ଗାଜାକୁ ଶରଣାର୍ଥୀ ଯାଉଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି । ହମାସକୁ ଟାର୍ଗେଟ କରି ଆଇଡିଏଫ୍ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି ।














