ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ନୂଆମୋଡ । ବାରଦିନ ତଳୁ ମମିତା ନିଖୋଜ ଥିବା ବେଳେ ଆଜି ନିର୍ମାଣାଧୀନ ମହାଲିଙ୍ଗ ଷ୍ଟାଡିଅମ ଅଂଚଳରୁ ମାଟିତଳୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି । ମିଳିଥିବା ମୃତଦେହ ନିକଟରୁ ପାଉଁଜି, ସୁନାଚେନ୍ ମିଳିଥିବା ଜଣାପଡିଛି । ମିଳିଥିବା ମୃତଦେହ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ମାଟିତଳୁ ମିଳିଥିବା ପାଉଁଜି, ସୁନାଚେନ୍ ଓ ବ୍ୟାଗ୍ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିବା ପରେ ମମିତାଙ୍କ ନିଖୋଜ ମାମଲା ନୂଆମୋଡ ନେଇଛି । ମମିତାଙ୍କ ନିଖୋଜ ହେବା ଏବଂ ପରେ ମୃତଦେହ ମିଳିବା ପଛରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିବା ସ୍ପଷ୍ଟ ହୋଇଯାଇଛି । ପୋଲିସ ଗୋବିନ୍ଦ ସଂପର୍କରେ ସୂଚନା ଦେଲେ ଏକଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି ।

ଜେସିବି ଦ୍ବାରା ମାଟିଖୋଳିବା ପରେ ମୃତଦେହ ମିଳିଥିଲା । ମୃତଦେହ ସଂପୂର୍ଣ୍ଣ ପୋଡି ଯାଇଥିବାରୁ ଚିହ୍ନଟ କରାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ମିଳିଥିବା ପାଉଁଜି, ସୁନାଚେନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦେଖାଗଲେ, ସେମାନେ ଚିହ୍ନଟ କରିପାରିବେ ବୋଲି ମମିତାଙ୍କ ପରିବାର ଲୋକେ କହିଛନ୍ତି ।

ମୃତଦେହର ଡିଏନଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗୀର ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here