ଶିଶୁ ମୃତ୍ୟୁକୁ ନେଇ ହସ୍ପିଟାଲରେ ହଙ୍ଗାମା । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା । ମେଡିକାଲରେ ଧସେଇ ପଶିଲେ ଶତାଧିକ ଲୋକ । କ୍ୟାପିଟାଲ ହସ୍ପିଟାଲ ଭିତରେ ମାରପିଟ୍ । ଡାକ୍ତର ଭୁଲ ଇଞ୍ଜେକ୍ସନ ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ । ତେବେ ଦେଢ଼ ବର୍ଷ ଛୁଆ ଆୟୁସ ସାହୁ ଅସୁସ୍ଥ ଥିବାରୁ ପରିବାର ଲୋକେ ହସ୍ପିଟାଲ ଆଣିଥିଲେ । ହେଲେ ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଭୁଲ ଇଞ୍ଜେକସନ୍ ଯୋଗୁଁ ଶିଶୁ ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଜାରି ରହିଛି ପ୍ରବଳ ଉତ୍ତେଜନା । ଶହେରୁ ଅଧିକ ଅଟୋ ଡ୍ରାଇଭର ହସ୍ପିଟାଲ ଘେରାଓ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ବାହାରେ ଡାକ୍ତରଙ୍କ ଗିରଫ ଓ କ୍ଷତିପୂରଣ ଦାବିରେ ଏୟାରପୋର୍ଟକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି ପ୍ରତିବାଦକାରୀ ।














