ହସେଇ ହସେଇ ବେଦମ କରିଦିଅନ୍ତି । ସମସ୍ତଙ୍କ ମୁହଁରେ ସବୁବେଳେ ହସ ଫୁଟଉଥିବା ବ୍ୟକ୍ତି ଶେଷରେ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ ଆଣି ଦେଇଛନ୍ତି । ଆଉ ନାହାଁନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ସଲିଲ ମିତ୍ର । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ପୂର୍ବରୁ ସଲିଲ ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ । ଏଥିରେ ସେ ଓ କାର ଚାଳକ ଗୁରୁତର ଭାବେ ଆହାତ ହୋଇଥିଲେ । ପ୍ରଥମେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ବଞ୍ଚେଇ ପାରିଲେନି । ମୃତୁ୍ୟ ବେଳକୁ ସଲିଲଙ୍କ ପାଖରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଉପସ୍ଥିତ ଥିଲେ । ୧୯୯୯ ମସିହାରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ ଚଳଚିତ୍ରରୁ ସେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ ବହୁ ଚଳଚିତ୍ରରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରି ଲୋକଙ୍କୁ ହସେଇ ହସେଇ ବେଦମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here