ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍ )ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ଅନୁସାରେ, ଭାରତୀୟ ବାୟୁସେନା ପାଇଁ ହାଲ୍ ୯୭ଟି ‘ତେଜସ୍’ ଯୁଦ୍ଧ ବିମାନ ପ୍ରଦାନ କରିବ । ଏହାର ମୋଟ ମୂଲ୍ୟ ୬୨,୩୭୦ କୋଟି ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS) ଏହି ପ୍ରମୁଖ କ୍ରୟକୁ ସବୁଜ ସଙ୍କେତ ଦେବାର ଏକ ମାସରୁ ଅଧିକ ସମୟ ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସରକାର କହିଛନ୍ତି ଯେ ହାଲ୍ ୨୦୨୭-୨୮ ବେଳକୁ ତେଜସ୍ ବିମାନ ଭାରତୀୟ ବାୟୁସେନାକୁ ଦେବ । ଚୁକ୍ତି ଅନୁଯାୟୀ କ୍ରୟ ହେବାକୁ ଥିବା ତେଜସ୍ ବିମାନ ଗୁଡ଼ିକର ୬୪ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ରହିବ । ଏହି ରାଷ୍ଟ୍ରାୟତ୍ତ ଏରୋସ୍ପେସ୍ କମ୍ପାନୀକୁ ଏହା ଦ୍ୱିତୀୟ ବଡ଼ ଚୁକ୍ତି ଦିଆଯାଇଛି । ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ବାୟୁସେନା ପାଇଁ ୯୭ଟି ତେଜସ୍ ବିମାନ ଏବଂ ସମ୍ପୃକ୍ତ ଉପକରଣ ପାଇଁ ହାଲ ସହିତ ୬୨,୩୭୦ କୋଟି ଟଙ୍କା ମୂଲ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

LEAVE A REPLY

Please enter your comment!
Please enter your name here