ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜାରେ ଚାଲିଥିବା ଶାନ୍ତି ପ୍ରୟାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ଗାଜାରେ ଶାନ୍ତି ପ୍ରକ୍ରିୟା ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଛି। ଏହି ପରିପ୍ରେକ୍ଷୀରେ ଆମେ ଗାଜାରେ ଶାନ୍ତି ପ୍ରୟାସରେ ନିର୍ଣ୍ଣାୟକ ପ୍ରଗତି ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରୁଛୁ। ବନ୍ଧକଙ୍କ ମୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ସଙ୍କେତ ଦିଏ। ଭାରତ ଏକ ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ଦୃଢ଼ ଭାବରେ ସମର୍ଥନ କରି ଚାଲିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରି ହମାସ ସମସ୍ତ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିବାକୁ ସହମତ ଜଣାଇଛି। ଶୁକ୍ରବାର ଜାରି ଏକ ବିବୃତିରେ ହମାସ କହିଛି ଯେ ସେମାନେ ଟ୍ରମ୍ପଙ୍କ ଗାଜା ଯୁଦ୍ଧ ସମାପ୍ତି ଯୋଜନାର କିଛି ଅଂଶ ସହିତ ଏକମତ, ଯେଉଁଥିରେ ବନ୍ଧକ ମୁକ୍ତି ଏବଂ ଏନକ୍ଲେଭର ପ୍ରଶାସନ ହସ୍ତାନ୍ତର ରହିଛି। ମିଡ଼ିଆ ରିପୋର୍ଟ ଅନୁସାରେ, ହମାସ ଟ୍ରମ୍ପଙ୍କ ୨୦ ସୂତ୍ରୀ ଶାନ୍ତି ଯୋଜନାର ଜବାବ ଜାରି କରିଛି। ଏକ ବିବୃତିରେ ହମାସ କହିଛି ଯେ ସେମାନେ ଯୋଜନାଟି ଉପରେ ତାଙ୍କ ଅଭିମତ ପ୍ରସ୍ତୁତ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଏହି ପ୍ରସ୍ତାବ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ରବିବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଟ୍ରମ୍ପ ଏହି ସମୟରେ ହମାସ ଉଠାଇଥିବା ସର୍ତ୍ତଗୁଡ଼ିକ ଆଲୋଚନା ହେବ କି ନାହିଁ, ତାହା ସ୍ପଷ୍ଟ କରିନାହାଁନ୍ତି।

LEAVE A REPLY

Please enter your comment!
Please enter your name here