ଗୋପାଳର ସୁରକ୍ଷା ଚିନ୍ତା । ଝାରସୁଗୁଡା ଜେଲରେ ଅସୁରକ୍ଷିତ ଗୋପାଳ ଦାସ । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ଚୌଦାର ଜେଲକୁ ସ୍ଥାନାନ୍ତର କରାଯାଇପାରେ । ଗୋପାଳକୁ ଝାରସୁଗୁଡା ଜେଲରୁ ସ୍ଥାନାନ୍ତର ପାଇଁ ଆଜି ଝାରସୁଗୁଡା ଜେଏମଏଫସି ଅନୁମତି ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ପାଇଁ ଜେଲ ବିଭାଗ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । ତେବେ ଗୋପାଳକୁ କେଉଁ ଜେଲ ନିଆଯିବ । ତାହା ଜେଲ ବିଭାଗ ଆଇଜି ସ୍ଥିର କରିବେ । ଅନ୍ୟପଟେ ଆଜି କୋର୍ଟରେ ଅଭିଯୁକ୍ତ ଗୋପାଳ ଦାଶର ୧୬୪ ବୟାନ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here