ଯେତେବେଳେ ନିଜର ମଣିଷ ଆମକୁ ଛାଡି ଚାଲିଯାଆନ୍ତି ଯେତେବେଳେ ଆମକୁ ବହୁତ କଷ୍ଟ ହୋଇଥାଏ ଓ ସେହି ପରିସ୍ଥିତିରେ ପ୍ରାୟତଃ ସମସ୍ତେ ଭାଙ୍ଗିପଡିଥାନ୍ତି. ହେଲେ ସେଭଳି କଠିନ ପରିସ୍ଥିତିରେ ଯିଏ ନିଜକୁ ସମ୍ଭାଳି ଆଗକୁ ବଢିପାରେ ତାକୁ  ସଫଳ ହେବା ପାଇଁ କେହି ବି ଅଟକାଇପାରନ୍ତି ନାହିଁ. ତେବେ ଏଭଳି ଘଟଣା ଘଟିଛି ଜାମ୍ମୁ-କାଶ୍ମୀରର ସାମ୍ବା ଅଞ୍ଚଳରେ. ନିରୁ ସମ୍ବ୍ୟାଲ ନାମ୍ନୀ ଜଣେ ମହିଳା ନିଜ ସ୍ୱାମୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଯାଇ ଭାରତୀୟ ସେନାରେ ଯୋଗଦାନ କରିଛନ୍ତି. ଘଟଣାଟି ଏପରି ଥିଲା କି, ନିରୁ ଏବଂ ରବିନ୍ଦ୍ର ଏପ୍ରିଲ ମାସ 2013 ମସିହାରେ ବିବାହ କରିଥିଲେ ଓ ଦୁଇ ବର୍ଷ ପରେ ସେମାନଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା. ଝିଅଟି ଜନ୍ମ ହେବା ପରେ ତାଙ୍କ ସ୍ୱାମୀ ରବିନ୍ଦ୍ର ରେଜିମେଟ୍ ସହ ଡ୍ରିଲ୍ ସମୟରେ ଶହିଦ୍ ହୋଇଥିଲେ. ତା ପରେ ସ୍ୱାମୀଙ୍କର ଏହି ଇଚ୍ଛାକୁ ପୂରଣ କରିବାକୁ ଯାଇ ନିରୁ ସେନାରେ ଯୋଗ ଦେବା ପାଇଁ ନିଷ୍ପତି ନେଲେ. ଚେନ୍ନାଇର ଅଫିସରସ୍ ଟ୍ରେନିଂ ଏକାଡେମୀର ନୂଆ ବ୍ୟାଚ୍ ରେ କେତେ ସେନା ଅଧିକାରୀଙ୍କ ପ୍ରଶିକ୍ଷଣ ନେଲେ ଏବଂ ଆଜି ସେ ସେନାର ଲେଫ୍ଟନାଣ୍ଟ ରୂପେ ନିଯୁକ୍ତି ପାଇଛନ୍ତି. ତେବେ ଏହାର ସବୁ ଶ୍ରେୟ ସେ ତାଙ୍କ ଝିଅକୁ ଦେଇଛନ୍ତି. ସେହି ଦିନ ଗୁଡିକୁ ମନେପକାଇ ସେ କୁହନ୍ତି ଯେତେବେଳେ ମୁଁ ମୋ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଲି , ମୁଁ ବହୁତ ଭାଙ୍ଗିପଡିଥିଲି. ହେଲେ ମୁଁ ଶପଥ ନେଲି କି, ମୁଁ ମୋର ଝିଅକୁ କେବେ ବି ଭାବିବାକୁ ଦେବିନି ଯେ ତାର ବାପା ନାହାନ୍ତି ବୋଲି. ମୁଁ ହିଁ ତାର ବାପା ମା’ର ସବୁ ଦାୟିତ୍ୱ ତୁଲାଇବି. ଏହି ପ୍ରେରଣା ପାଇ ମୁଁ ଆଜି ଏହି ଜାଗାରେ ପହଞ୍ଚିପାରିଛି.

 

LEAVE A REPLY

Please enter your comment!
Please enter your name here