ବର୍ଷ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଗଡିଲା ମୁଣ୍ଡ । ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ନିର୍ମମ ହତ୍ୟାକାଣ୍ଡ । ଗତକାଲି ବଳିମ୍ବିତ ରାତିରେ ନୂଆବର୍ଷର ଭୋଜିକୁ ନେଇ ଗଣ୍ଡୋଗୋଳ ପରେ ଜଣଙ୍କୁ ପିଟି ପିଟି ହତ୍ୟା କରିଦିଆଯାଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସୁନ୍ଦରପଦା ନୂଆ ସାହିରେ ଘଟିଛି ଏଭଳି ଘଟଣା । ମୃତକ ଜଣଙ୍କ ହେଲେ ନୂଆସାହି ଅଞ୍ଚଳର ଦିପୁ ରାଉତ । ଏହି ଘଟଣାକୁ ନେଇ ଆଜି ସୁନ୍ଦରପଦା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ହତ୍ୟାକାରୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବିରେ ସ୍ଥାନୀୟ ଲୋକେ ସୁନ୍ଦରପଦା ରାସ୍ତା ରୋକ କରିଛନ୍ତି ।
ସୂଚନାଅନୁସାରେ , ଗତକାଲି ରାତିରେ ସୁନ୍ଦରପଦା ଏବଂ କପିଳେଶ୍ୱରର ୪ ଟି ଗ୍ରୁଫ ନୂଆସାହି ପୋଖରୀ ତୁଠରେ ଭୋଜି କରୁଥିଲେ । ତେବେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳ ହୋଇଥିଲା । ସ୍ଥାନୀୟ ଲୋକଙ୍କର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା । ଏହାପରେ ପୁଣି ମାଳିଆ କପିଳେଶ୍ୱର ଗାଁର ଯୁବକ ଆସି ପାଟିତୁଣ୍ଡ କରିଥିଲେ । ଏହି ସମୟରେ ସେହି ସ୍ଥାନର ଏକ ଘରେ ଶୋଇଥିବା ଦିପୁ କଣ ହୋଇଛି ବୋଲି ଦେଖିବାକୁ ଆସିଥିଲେ । ହଠାତ ତିନିଜଣ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here