ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏବେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା। ସେ ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି। କିନ୍ତୁ ଏଠି କେହି ଆମ ସହ କଥା ହେଉନାହାନ୍ତି କି କୌଣସି ସହଯୋଗ କରୁନାହାନ୍ତି ବୋଲି କହିଛନ୍ତି। ଝିଅର ଅବସ୍ଥା ଗୁରୁତର ଥିବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ପରିବାର ସଦସ୍ୟ କହିଛନ୍ତି।ଝିଅର ଜଣେ ବନ୍ଧୁ ଘଟଣା ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ସେହି ଖବର ଶୁଣି ଆମେ ତୁରନ୍ତ ଘଟଣାସ୍ଥଳକୁ ଦୌଡିଯାଇଥିଲୁ।ଘଟଣା ସମୟରେ ୬ରୁ ୭ ଜଣ ଦୁର୍ବୃତ୍ତ ଥିଲେ ଏବଂ ସେମାନେ ଝିଅକୁ ହଇରାଣ କରୁଥିଲେ।ସେମାନେ ଝିଅର ମୋବାଇଲ୍ ଛାଡେନେଲେ ଏବଂ ୩ ହଜାର ଟଙ୍କା ମାଗିଥିଲେ। ସୂଚନା ଅନୁଯାୟୀ, ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁ ସହ ରାତ୍ରି ଭୋଜନ ପାଇଁ ବାହାରିଥିଲେ। ସେ ସମୟରେ ୬-୭ ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ।ପରେ ସେମାନେ ଛାତ୍ରୀଙ୍କୁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଉଠିଛି।ଘଟଣା ପରେ କଲେଜ ସୁରକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ଏବଂ ଡାକ୍ତରୀ ଛାତ୍ରଛାତ୍ରୀ।ନ୍ୟାୟ ଦାବିରେ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।














