ପୁଣି ସୋସିଆଲ ମିଡ଼ିଆରେ ତାଛଲ୍ୟ କରି ପୋଷ୍ଟ କରିଛନ୍ତି ଶ୍ରୀମୟୀ ମିଶ୍ର। ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। କହ୍ନେଇ, ସନ୍ନ୍ୟାସୀ କହି ତାଚ୍ଛଲ୍ୟ କରିଛନ୍ତି। ଶ୍ରୀମୟୀ ପୋଷ୍ଟରେ ଲେଖିଛନ୍ତି, ‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ। ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର’। ଏବେ ଶୁଣିବାକୁ ମିଳିଛି କି ଆଜି ବିଜେପିରେ ମିଶିପାରନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।ଏବେ ଜୟ ଢୋଲକିଆ ବିଜେପିରେ ସାମିଲ ହେବା ଚର୍ଚ୍ଚା ମଧ୍ୟରେ ଏବେ ଶ୍ରୀମୟୀଙ୍କ ଏହି ପୋଷ୍ଟ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ ପଡ଼ିଯାଇଛନ୍ତି।

LEAVE A REPLY

Please enter your comment!
Please enter your name here