ବେଟି ବଞ୍ଚାଓ, ବେଟି ପଢାଓ. ଏ ହେଉଛି ଝିଅଙ୍କ ପାଇଁ ସରକାରଙ୍କ ସ୍ଲୋଗାନ. ଝିଅଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା. ମାତ୍ର ଏମିତି ବି ସରକାରୀ ସ୍କୁଲ ଅଛି, ଯେଉଁଠି ବଦଳି ଯାଉଛି ସରକାରୀ ଯୋଜନାର ରଙ୍ଗ.
ଦେଖନ୍ତୁ, ଇଏ ହେଉଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ସାରଙ୍ଗା ପଞ୍ଚାୟତର ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ତୃତୀୟ ଶ୍ରେଣୀର ଦୁଇଟି ପିଲା ପରିବା କାଟୁଛନ୍ତି । ଭୋଜି ପାଇଁ ନୁହେଁ, ମଧ୍ୟାହ୍ନ ଭୋଜନ ପାଇଁ ସବୁଦିନ ଏମିତି ପରିବା କାଟନ୍ତି ସେମାନେ. ଖାଲି ପରିବା ନୁହେଁ, ଦିଦି ସେମାନଙ୍କୁ ବାସନ ବି ମଜାନ୍ତି, ଆଉ ଦିଦିଙ୍କ କଥା ନ ମାନିଲେ ମାଡ ମାରିବାକୁ ଧମକ ବି ଦିଅନ୍ତି, ଆସନ୍ତୁ ଶୁଣିବା କଣ କହୁଛନ୍ତି ଏ କୁନି ପିଲା.
ସାତ ଆଠ ବର୍ଷର ଏ କୁନି ପିଲାଙ୍କ ହାତରେ ପନିକ ଧରାଇ ଦେଉଥିବା ଦିଦିଙ୍କୁ ଦେଖନ୍ତୁ. ଦିଦି ହେଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ସେଠୀ. କିଛି ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ନୁହଁନ୍ତି ସେ.
ସ୍କୁଲର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ବି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏମିତି କାରନାମାକୁ ସ୍ବୀକାର କରିଛନ୍ତି. ଖାଲି ସେତିକି ନୁହେଁ, ଦିଦି କୁଆଡେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ହେରଫେର କରୁଥିବା ଅଭିଯୋଗ ହୋଇଛି. ତେବେ ଦିଦିଙ୍କ ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି.
ସରକାର ତଦନ୍ତ କରନ୍ତୁ, ଦିଦି ଭୁଲ୍ କରିଥିଲେ ଦଣ୍ଡ ପାଆନ୍ତୁ, କିନ୍ତୁ ଆମର ସରକାରଙ୍କୁ ନିବେଦନ, ଏମିତି ଘଟଣାର ପୁନରାବୃତ୍ତି ହେବା ଆଗରୁ ଏଭଳି ସାର୍ ଓ ଦିଦିମାନଙ୍କୁ ସାବାଡ୍ କରନ୍ତୁ.

LEAVE A REPLY

Please enter your comment!
Please enter your name here