ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରକୁ ମିଳିଛି ବଡ଼ ଝଟକା । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆଇଆରସିଟିସି ମାମଲାରେ ଲାଲୁ ପରିବାର ବିରୁଦ୍ଧରେ ଠକେଇ ଓ ଷଡ଼ଯନ୍ତ୍ର ଅଭିଯୋଗ ଫଇସଲା କରିଛି। ଏହି ଫଇସଲା ସହିତ ଲାଲୁ, ତେଜସ୍ବୀ ଓ ଅନ୍ୟ ଅଭିଯୁକ୍ତମାନେ ଏବେ ବିଚାରର ସମ୍ମୁଖୀନ ହେବେ। ଲାଲୁ ପ୍ରସାଦଙ୍କୁ ଯେଉଁ ଧାରା ଅନୁଯାୟୀ ଚାର୍ଜ ଫ୍ରେମ କରାଯାଇଛି ସେଥିରେ IPC 420, IPC 120B, ଏବଂ ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) ଅନ୍ତର୍ଭୁକ୍ତ। ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) କେବଳ ଲାଲୁ ଯାଦବଙ୍କ ପାଇଁ ପ୍ରଯୁଜ୍ୟ। ସେ ସରକାରୀ ପଦବୀରେ ରହି ତାଙ୍କ ପଦବୀର ଅପବ୍ୟବହାର କରିଥିଲେ। ଏହି ମାମଲାରେ ଲାଲୁ ଯାଦବ , ତେଜସ୍ବୀ ଯାଦବ ଏବଂ ରାବ୍ରୀ ଦେବୀ ନିଜ ଦୋଷ ସ୍ବୀକାର କରିବାକୁ ମନା କରିଦେଲେ। ଲାଲୁ ପରିବାର କୋର୍ଟରେ କହିଛନ୍ତି, ସେମାନେ ମାମଲାର ସମ୍ମୁଖୀନ ହେବେ। ରାବ୍ରୀ ଯାଦବ କହିଛନ୍ତି, ଏହା ଏକ ମିଥ୍ୟା ମାମଲା। ରାଉଜ୍ ଆଭେନ୍ୟୁ କୋର୍ଟର ସିବିଆଇ ଲାଲୁ ପ୍ରସାଦ ଯାଦବ, ରାବ୍ରୀ ଦେବୀ ଏବଂ ତେଜସ୍ବୀ ଯାଦବଙ୍କ ବିରୋଧରେ ଠକେଇ ଓ ଦୁର୍ନୀତି ମାମଲାରେ ଚାର୍ଜଫ୍ରେମ୍ କରିଛି। କୋର୍ଟ ରାୟ ଦେଇଛି ଯେ ଲାଲୁ ଯାଦବ ଟେଣ୍ଡର ପ୍ରକ୍ରିୟାରେ ହସ୍ତକ୍ଷେପ ଓ ଷଡ଼ଯନ୍ତ୍ରର ମୁଖ୍ୟ ଭୂମିକା ନେଇଥିଲେ। କୋର୍ଟରେ ଲାଲୁ ଯାଦବ କହିଥିଲେ, “ମୁଁ ଦୋଷୀ ନୁହେଁ।” ଏହି ପ୍ରଶ୍ନ ଯେତେବେଳେ ରାଦ୍ରୀ ଦେବୀ ଏବଂ ତେଜସ୍ବୀ ଯାଦବଙ୍କୁ ପଚରାଯାଇଥିଲା, ସେମାନେ ମଧ୍ୟ ସମାନ ଉତ୍ତର ଦେଇଥିଲେ – “ଆମେ ଦୋଷୀ ନୁହେଁ।” ସୁଚନା ଅନୁଯାୟୀ , ଆଜି ବିହାରରେ ବିରୋଧୀ ମହାମେଣ୍ଟ ପାଇଁ ଗୁରୁତ୍ଵପୂର୍ଣ୍ଣ ଦିନ ଥିଲା। ସିଟ୍ ବଣ୍ଟନକୁ ନେଇ ବିରୋଧୀ ଶିବିରରେ ଚର୍ଚ୍ଚା ଚାଲିଥିଲା। ତେବେ ଏହି ଦିନ ଲାଲୁ ଯାଦବଙ୍କ ପାଇଁ ଆସିଛି ଏକ ବଡ଼ ଝଟକା।

LEAVE A REPLY

Please enter your comment!
Please enter your name here