ସମୟକ୍ରମେ ଓଡିଶାର ପିଲା ଧିରେଧିରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର କଳା ପ୍ରଦର୍ଶନ କରି ଓଡିଶା ପାଇଁ ଗୌରବ ଆଣିଦେବାରେ ସଫଳ ହୋଇପାରିଛନ୍ତି. ଏହାକୁ ବାଦ୍ ଦେଲେ ଓଡିଶାର କଳାକାରମାନେ ମଧ୍ୟ ସେମାନଙ୍କ କଳାକୁ ଓଡିଶା ବାହାରେ ପ୍ରଦର୍ଶନ କରି ଓଡିଶା ପାଇଁ ସୁନାମ ଅର୍ଜନ କରୁଥିବା ବେଳେ ଭାରତ ପାଇଁ ମଧ୍ୟ ସୁନାମ ଆଣିଦେଇଛନ୍ତି. ସେହିପରି ଓଡିଶାର ଝିଅ ପୁପୁଲ୍ ଯିଏ ଓଡିଶାର କେତୋଟି ପ୍ରମୁଖ ଚ୍ୟାନେଲରେ ଆଙ୍କରିଂ କରୁଥିଲେ ତାଙ୍କର ଦକ୍ଷତା ବଳରେ ଆଜି ସେ ଅପେରା ମିସ୍ ଇଣ୍ଡିଆ ଗ୍ଲୋବାଲ୍ ଟ୍ରଫିର ବିଜେତା ହୋଇପାରିଛନ୍ତି. ଶନିବାରଦିନ ଗୁରୁଗ୍ରାମଠାରେ ଅନୁଷ୍ଠିତ ହୋଇଥିବା ଗ୍ରାଣ୍ଡ୍ ଫିନାଲେରେ ତାଙ୍କୁ ପୁରସ୍କୃତ କରାଯାଇଥିଲା. ବଲିଉଡ୍ ଫିଲ୍ମର ନିର୍ଦ୍ଦେଶକ ରାକେଶ ଉପାଧ୍ୟାୟ ଅଭିନେତ୍ରୀ ନେହା ଧୁପିଆଙ୍କ ଉପସ୍ଥିତିରେ ପୁପୁଲ୍ ଙ୍କୁ ଆୱାର୍ଡ ପ୍ରଦାନ କରିଥିଲେ. ତେବେ ଏଥିମଧ୍ୟରେ ପୁପୁଲ୍ ଙ୍କୁ ବଲିଉଡ୍ ଫିଲ୍ମରେ ଅଭିନୟ କରିବା ପାଇଁ ଅଫର୍ ମିଳିଛି. ଯାହାର ସୁଟିଂ ବହୁତ ଜଲଦି ଆରମ୍ଭ ହେବ. ଏହି ଆୱାର୍ଡ ପାଇଁ 700 ପ୍ରତିଯୋଗୀଙ୍କ ମଧ୍ୟରେ ତାଙ୍କୁ ଚୟନ କରାଯାଇଥିଲା. ଏହି ବିଜୟ ହାସଲ କରିବା ମୋ ପାଇଁ ଏତେ ସହଜ ନଥିଲା ଓ ଏଥିପାଇଁ ଆମେ ବହୁତ ପରିଶ୍ରମ କରୁଥିଲୁ ବୋଲି ପୁପୁଲ୍ କହିଛନ୍ତି. ତିନି ମାସ ପୂର୍ବରୁ ପୁପୁଲ୍ ଏଥିପାଇଁ ଅଡିସନ୍ ଦେଇଥିଲେ. ତେବେ ତାଙ୍କୁ ramp walk, quiz, dance, personality test ଓ general knowledge competitions ରେ ବିଜେତା ଘୋଷଣା କରାଯାଇଥିଲା. ସବୁଦିନ ପ୍ରତିଯୋଗୀମାନଙ୍କୁ ଟାସ୍କ ଦିଆଯାଉଥିଲା ଏବଂ ତାଙ୍କୁ ଏସିଡ୍ ଆଟାକ୍ ଉପରେ ଟାସ୍କ ଦିଆଯାଇଥିଲା. ପୁପୁଲ୍ ଙ୍କ ଏହି ଟାସ୍କରେ ତାଙ୍କ ବାପା ତାଙ୍କୁ ବହୁତ ସାହାଯ୍ୟ କରିଥିବା ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here