ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଓଡିଶାରେ ପହଁଞ୍ଚିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଭୁବନେଶ୍ୱରରେ ପହଁଞ୍ଚିବା ପରେ ତାଙ୍କୁ ଭାଜପାର ବରିଷ୍ଠ ନେତା ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମନେ୍ଦ୍ର ପ୍ରଧାନ, କେଭି ସିଂଦେଓ, ପିତାମ୍ବର ଆଚାର୍ଯ୍ୟ । ସମୀର ମହାନ୍ତି ଆଦି ସ୍ୱାଗତ କରିଥିଲେ ।ଏଥିସହ ଆଶାକର୍ମୀମାନେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହାପରେ ପୁରୀଠାରେ ଆୟୋଜିତ ଦୁଇଦିନିଆ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପାଇଁ ଅମିତ ଶାହ ପୁରୀ ଅଭିମୁଖେ ଯାଇଛନ୍ତି । ପ୍ରଥମେ ଶାହା ମହିଳା କାର୍ଯ୍ୟକର୍ତ୍ତା ସମ୍ମଳନିରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ପରେ ଅପରାହ୍ନ ୩ଟାରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ । ଏହି ସଭାରେ ବିଭିନ୍ନ ରାଜ୍ୟର ଭାଜପା ସଭାନେତ୍ରୀମାନେ ଯୋଗ ଦେବେ ।
ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଧାୟକ ଦଳର ନେତା କେଭି ସିଂଦେଓ ଏବଂ ଅନ୍ୟ ମହିଳା ନେତ୍ରୀମାନେ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here