ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଛନ୍ତି. ସେ ସିଡନୀରୁ ମେଲବର୍ଣ୍ଣ ଯାତ୍ରା କରୁଥିବାବେଳେ ବେଳେ ଏହା ଘଟିଛି. ବିମାନ ବନ୍ଦରରେ ଚେକ୍ ଇନ୍ ସମମୟରେ ତାଙ୍କୁ ଏହି ଅପ୍ରିତିକର ପରିସ୍ଥିତିକୁ ସାମ୍ନା କରିବାକୁ ପଡିଛି. ବିମାନ ବନ୍ଦରରେ ମେଲ୍ ନାମକ ଜଣେ ମହିଳା କର୍ମଚାରୀ ଶିଳ୍ପାଙ୍କ ଦୁଇ ବ୍ୟାଗ୍ କୁ ନେଇ ତାଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିବା ଶିଳ୍ପା ଇନଷ୍ଟ୍ରାଗ୍ରାମ୍ ରେ ସେୟାର କରିଛନ୍ତି. ବର୍ଣ୍ଣକୁ ନେଇ ମହିଳା କର୍ମଚାରୀ ଜଣକ ‘ୟୁଏସ୍’ ଶବ୍ଦ ବ୍ୟବହାର କରିଥିବା ଜଣାପଡିଛି. ତାଙ୍କ ବ୍ୟାଗ ଯାଞ୍ଚ୍ କରିବା ସମୟରେ କର୍ମଚାରୀମାନେ ଅସହୋଯୋଗ କରିଥିବା ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି. ସୁଚନାଅନୁସାରେ ୨୦୦୭ରେ ଶିଳ୍ପା ବ୍ରିଟିଶ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ବିଗ୍ ବଦରରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିଲେ.