ବିଜୁ ଜନତା ଦଳ ଏକ ପାରିବାରିକ କଳହକୁ ଦେଇଛି ରାଜନୈତିକ ରୂପ । ମିଥ୍ୟା ଅଭିଯୋଗ ଆଣି ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରିଛି ବିଜେଡି।। ଦୀପାବଳୀ ଦିନ ଜଗତସିଂହପୁର ଥାନା ଆଳିପିଙ୍ଗଳ ପଟସରା ଅଞ୍ଚଳର ରଶ୍ମି ରଞ୍ଜିତା ପରିଡାଙ୍କୁ ଆକ୍ରମଣ ଘଟଣା ଏବେ ବେଶ ଚର୍ଚ୍ଚାରେ ରହିଛି । ବିଜେଡ଼ି ନେତ୍ରୀ ରଶ୍ମି ରଞ୍ଜିତାଙ୍କ ମରଣାନ୍ତକ ଆକ୍ରମଣ କରାଯିବାକୁ ନେଇ ତାତିଛି ବିଜେଡ଼ି । ଦୀପାବଳୀ ଦିନ ଜଗତସିଂହପୁର ଥାନା ଅଧୀନ ଆଳିପିଙ୍ଗଳ ପଟସରା ଅଞ୍ଚଳରେ ବିଜେଡ଼ି ନେତ୍ରୀ ରଶ୍ମି ରଞ୍ଜିତା ପରିଡାଙ୍କୁ ଆକ୍ରମଣ ଘଟଣା ନେଇ ସେହି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବିଜେଡ଼ି ଏହି ଆକ୍ରମଣକୁ ମରଣାନ୍ତକ ଚେଷ୍ଟା ବୋଲି ଅଭିଯୋଗ କରିଛି। କିନ୍ତୁ, ଗ୍ରାମବାସୀ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଏହା ମାତ୍ର ଏକ ପାରିବାରିକ ଝଗଡ଼ା ଥିଲା ଏବଂ ବିଜେଡ଼ି ଏହାକୁ ରାଜନୈତିକ ରଙ୍ଗ ଦେଇ ମିଛ ପ୍ରଚାର କରୁଛି। ଗ୍ରାମର ମହିଳାମାନଙ୍କ କହିବା ମୁତାବକ, ଦୀପାବଳିରେ ଘର ସମ୍ମୁଖରେ ବାଣ ଫୁଟାଇବାକୁ ବିରୋଧ କରିବାରୁ ଏଭଳି ଘଟଣା ଘଟିଛି । ଦୁଇ ପରିବାର ମଧ୍ୟରେ ଦୀର୍ଘ 5ବର୍ଷ ଝଗଡ଼ା ଲାଗିରହିଥିଲା । ପୂର୍ବରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି । ତେଣୁ ସାମ୍ବାଦିକ ସମ୍ମିଳନୀ କରି ଅପପ୍ରଚାର କରୁଥିବା ବିଜେଡ଼ି ନେତ୍ରୀମାନେ ନିଜେ ଗାଁକୁ ଆସି ପ୍ରକୃତ ଘଟଣା ସମ୍ବନ୍ଧରେ ତଦନ୍ତ କରି ନିଜର ମତ ରଖନ୍ତୁ ବୋଲି ଗ୍ରାମର ମହିଳାମାନେ କହିଛନ୍ତି।।
ଦୀପାବଳୀ ରାତି ପ୍ରାୟ ୯ଟା ସମୟରେ ଜଗତସିଂହପୁର ଥାନା ଅଧୀନ ଆଳିପିଙ୍ଗଳ ପଟସରା ଗ୍ରାମରେ ଏକ ଆକ୍ରମଣ ହୋଇଥିଲା। ଦୁଃଖୀଶ୍ୟାମ ରାଉତଙ୍କ ଘର ଆଗରେ ଅନିରୁଦ୍ଧ ରାଉତ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ରଶ୍ମି ପଚାରିବାକୁ ଯାଇଥିବାବେଳେ ସେ ତାଙ୍କୁ ଘୋଷାରି ଗାଁ ଦାଣ୍ଡରେ ଫିଙ୍ଗିଦେଇ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ରଶ୍ମିଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ବିଜେଡ଼ି ସାଂସଦ ସୁଲତା ଦେଓ, ଛାତ୍ର ବିଜେଡି ସଭାପତି ଈପ୍ସିତା ସାହୁ ଓ ଲେନିନ୍ ମହାନ୍ତି ଆହତଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।














