ଦେଶର ଲକ୍ଷ ଲକ୍ଷ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ସରକାର ଆଣିଛନ୍ତି ଖୁସି ଖବର। ଏବେ ତାଙ୍କୁ ଓଲା, ଉବର, ରାପିଡୋ ଭଳି ତୃତୀୟ ପକ୍ଷ କମ୍ପାନୀକୁ କମିଶନ ଦେବାକୁ ହେବ ନାହିଁ। ଏହା ଫଳରେ ଡ୍ରାଇଭରମାନଙ୍କ ଆୟ ବଢ଼ିବ ଓ ଗାଡ଼ି ଚଳାଇବା ଅଧିକ ଲାଭଦାୟୀ ହେବ। ଦେଶର ପ୍ରଥମ ସମବାୟ ଟ୍ୟାକ୍ସି ସେବା ଭାବେ ‘ଭାରତ ଟ୍ୟାକ୍ସି ‘ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହାର ପାଇଲଟ୍ ପ୍ରୋଜେକ୍ଟ ନଭେମ୍ବରରେ ଦିଲ୍ଲୀରୁ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ସାମିଲ ହେବେ। ଏହା ପରେ, ଡିସେମ୍ବରରୁ, ଏହି ସେବା ଧୀରେ ଧୀରେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଆରମ୍ଭ ହେବ। ସେତେବେଳକୁ ୫୦୦୦ ଡ୍ରାଇଭର ଏବଂ ମହିଳା ଡ୍ରାଇଭର ଏଥିରେ ଯୋଗଦେବେ। ବର୍ତ୍ତମାନ ଓଲା ଏବଂ ଉବର ଭଳି ଘରୋଇ କମ୍ପାନୀଗୁଡ଼ିକ ଟ୍ୟାକ୍ସି ସେବା ପ୍ରଦାନ କରୁଛନ୍ତି, କିନ୍ତୁ ସେମାନଙ୍କର ସୁରକ୍ଷା ଏବଂ ଭଡ଼ା ଉପରେ ଅନେକ ସମୟରେ ପ୍ରଶ୍ନ ଉଠିଛି। ଏହାକୁ ଧ୍ୟାନରେ ରଖି, କେନ୍ଦ୍ର ସରକାର ନୂଆ କ୍ୟାବ୍ ସର୍ଭିସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ।ଭାରତ ଟ୍ୟାକ୍ସି ନାମକ ଏହି କ୍ୟାବ୍ ସେବା, ଓଲା, ଉବର ଏବଂ ରାପିଡୋ ଭଳି କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ, କାରଣ ଏହି ସେବା ଦ୍ୱାରା ସୃଷ୍ଟି ହେଉଥିବା ସମ୍ପୂର୍ଣ୍ଣ ଟଙ୍କା ଡ୍ରାଇଭରଙ୍କ ପାଖକୁ ଯିବ, ଅର୍ଥାତ୍ କୌଣସି କମିଶନ କିମ୍ବା ପ୍ଲାଟଫର୍ମ ଫିସ୍ ରହିବ ନାହିଁ। ଭାରତ ଟ୍ୟାକ୍ସିରେ ଗାଡ଼ି ମାଲିକ କିମ୍ବା ଡ୍ରାଇଭରଙ୍କୁ ଆଉ ଆପକୁ କମିସନ ଦେବାକୁ ପଡ଼ିବନି। ଏଭଳି କ୍ଷେତ୍ରରେ ଓଲା, ଉବେର ଭଳି କମ୍ପାନି ନିଜ ଗ୍ରାହକ ହରାଇବେ ।

LEAVE A REPLY

Please enter your comment!
Please enter your name here