ସମ୍ବଲପୁରରେ ଚାକିରି ନାଁରେ ହୋଇଥିବା ଠକେଇ ମାମଲାରେ ନୂତନ ଖୋଲାସା । ଆରମ୍ୟାକ୍ସ ପ୍ରାଇଭେଟ ଲିମିଟେଡର ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ, ଏବେ ସେହି ଠକେଇ ଚକ୍ରର ଏଜେଣ୍ଟଙ୍କୁ ବି ପୋଲିସ ଗିରଫ କରିଛି ।ସମ୍ବଲପୁର ପରେ ବରଗଡ଼ରେ ମଧ୍ଯ ପୋଲିସ ତଦନ୍ତ ଜାରି ରଖିଛି । ସମ୍ବଲପୁର ଓ ବରଗଡ଼ ଚାକିରି କେଳେଙ୍କାରୀରେ ସମ୍ପୃକ୍ତ ଦଲାଲଙ୍କୁ ଖୋଜୁଛି ପୋଲିସ । ବରଗଡ଼ ପୁଲିସ ଠକ କମ୍ପାନିର ଦଲାଲ ତଥା ସୁପରଭାଇଜରଙ୍କୁ ଖୋଜି ଖୋଜି ବାନ୍ଧୁଛି । ଯେଉଁମାନେ ସାଧାରଣ ଗରିବ ମହିଳାଙ୍କଠାରୁ ଝାଡ଼ୁଦାର ଚାକିରି ନାଁରେ ଟଙ୍କା ଆଦାୟ କରୁଥିଲେ । ଠକେଇ ସଂପର୍କରେ ପୋଲିସ ଖୋଳତାଡ଼ ଜାରି ରଖିଛି । ସେମାନେ କେଉଁ ମହିଳାଙ୍କଠାରୁ କେତେ ଟଙ୍କା ଠକିଛନ୍ତି ତାହା ଖୋଜାଯାଉଛି । ଭଟଲି ଥାନା ପୋଲିସ ଦୁଇଜଣ ସୁପରଭାଇଜର ଏବଂ ଭେଡେନ ଥାନା ପୋଲିସ ତିନିଜଣ ସୁପରଭାଇଜରକୁ ଗିରଫ କରିଛି । ଏପରିକି ଠକେଇର ଶିକାର ହୋଇଥିବା ଅନେକ ଲୋକ ଭେଡେନ ଥାନାରେ ଅଭିଯୋଗ କରି ଟଙ୍କା ଫେରାଇବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here