ଏବେ ପାକିସ୍ତାନକୁ ପାଣି ପାଇଁ କନ୍ଦାଇବ ଆଫଗାନିସ୍ତାନ । ଆଫଗାନ ସୂଚନା ମନ୍ତ୍ରଣାଳୟର ଏକ୍ସରେ ପୋଷ୍ଟ କରି କହିଛି ,ପାକିସ୍ତାନକୁ ପ୍ରବାହିତ ପାଣିକୁ ରୋକିବା ପାଇଁ ଡ୍ୟାମ୍ ନିର୍ମାଣ କରାଯିବ । ସୂଚନା ମନ୍ତ୍ରଣାଳୟ କହିଛି ଯେ ତାଲିବାନର ସର୍ବୋଚ୍ଚ ନେତା ମୱଲାୱି ହିବାତୁଲ୍ଲା ଆଖୁନ୍ଦଜାଦା କୁନାର ନଦୀରେ ଯଥାଶୀଘ୍ର ଏକ ବନ୍ଧ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ସଂଘର୍ଷ ପରେ ଆଫଗାନିସ୍ତାନ ଏହି ନିଷ୍ପତ୍ତି ନେଇଛି । ୪୮୦ କିଲୋମିଟର ଲମ୍ବା କୁନାର ନଦୀ ଆଫଗାନିସ୍ତାନରେ ଉତ୍ପନ୍ନ ହୋଇ ଚିତ୍ରାଲ ନଦୀ ଭାବରେ ପାକିସ୍ତାନରେ ପ୍ରବାହିତ ହୁଏ । ପାକିସ୍ତାନ ଏହାର ୭୦-୮୦% ଜଳ ପାଇଥାଏ, ଯଦି ଆଫଗାନିସ୍ତାନ ଏହାର ଉପରେ ବନ୍ଧ ନିର୍ମାଣ କରେ, ତେବେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିବ। ଏଥିପାଇଁ ଆଫଗାନିସ୍ତାନ ଯୋଜନାବଦ୍ଧ ଭାବରେ ପ୍ରସ୍ତୁତି ଆରମ୍ଭ କରିଛି। ସୂଚନା ଅନୁସାରେ, ଆଫଗାନିସ୍ତାନର କ୍ରିକେଟର ରସିଦ ଖାଁ ଡ୍ୟାମ୍ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି, ଅଜିଜ୍ ଗ୍ରୁପ୍ ୧୦ ଲକ୍ଷ ଟଙ୍କା ସରକାରଙ୍କୁ ଦେଇଛି। ଆଫଗାନ୍ର ପାକ୍ ଉପରେ ୱାଟର ଷ୍ଟ୍ରାଇକ୍ ଡ୍ୟାମ୍ ହେଲେ ଖାଇବର ପଖତୁନଖ୍ୱା ଉପରେ ସିଧାସଳଖ ପ୍ରଭାବ ପକାଇବ ।ଜଳସେଚନ ବନ୍ଦ କରିବା ଦ୍ୱାରା ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିବ,ପାକିସ୍ତାନର କୁନାର ନଦୀରେ କାର୍ଯ୍ୟ କରୁଥିବା ୨୦ ରୁ ଅଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ପ୍ରଭାବିତ ହେବ ।














