ଆସନ୍ତା ଅକ୍ଟୋବରରେ ଆସିପାରେ କୋଭିଡର ତୃତୀୟ ଲହର । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ । ଏହି ସମୟରେ ମୁଖ୍ୟତଃ ଶିଶୁ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇପାରନ୍ତି । ଗୃହମନ୍ତ୍ରାଳୟ ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ଏହି ସତର୍କତା ଜାରି କରିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ଦେଇଛି ବିଶେଷଜ୍ଞ କମିଟି । ଏହାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କହିଛି ଏନଆଇଡିଏମ । ବର୍ତ୍ତମାନ ସୁଦ୍ଧା କୋଭିଡରେ ଶିଶୁ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇନଥିବାରୁ ଶିଶୁଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ଥିବା ହସ୍ପିଟାଲ ଗୁଡିକରେ ଶିଶୁଙ୍କ ଚିକିତ୍ସା ଲାଗି ଅଧିକ ସଂଖ୍ୟକ ଡାକ୍ତର, ନର୍ସ , ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ବିଭିନ୍ନ ହସ୍ପିଟାଲରେ ୨ ଲକ୍ଷ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ନୀତି ଆୟୋଗ ସ୍ୱାସ୍ଥ୍ୟ କମିଟି । ଶିଶୁଙ୍କ ଶୀଘ୍ର ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଅନେକ ରୋଗରେ ଆକ୍ରାନ୍ତ ଥିବା ଶିଶୁଙ୍କ ଚିକିତ୍ସା ଲାଗି ସମସ୍ତ ମେଡିକାଲ ପ୍ରସ୍ତୁତ ରହିବାକୁ ପରାମର୍ଶ ଜାରି କରିଛି ଏନଆଇଡିଏମ ।

LEAVE A REPLY

Please enter your comment!
Please enter your name here