ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟା ପୋଷ୍ଟକୁ ପର୍ଦ୍ଦାଫାଶ କଲା ଏକ୍ସ ।ଏକ ପୋଷ୍ଟରେ ଶାହବାଜ ଭାରତକୁ ଜମ୍ମୁ କଶ୍ମୀର ଆକ୍ରମଣ କରିବାର ଅଭିଯୋଗ ଆଣିଥିଲେ ଏବଂ କହିଥିଲେ ଯେ ସେଠାରେ ମାନବାଧିକାର ଉଲ୍ଲଂଘନ ହେଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜ ପୋଷ୍ଟରେ ଲେଖିଛନ୍ତି, “ପ୍ରତିବର୍ଷ ଅକ୍ଟୋବର ୨୭ ତାରିଖ କଶ୍ମୀର ଇତିହାସର ସବୁଠାରୁ କଳା ଦିନ। ୭୮ ବର୍ଷ ପୂର୍ବେ ଏହି ଦିନ ଭାରତୀୟ ସେନା ଶ୍ରୀନଗରରେ ପହଞ୍ଚି ଏହାକୁ କବଜା କରିଥିଲା। ପ୍ରାୟ ଆଠ ଦଶନ୍ଧି ଧରି, ଭାରତୀୟ ଅବୈଧ ଭାବରେ ଅଧିକୃତ ଜମ୍ମୁ ଏବଂ କାଶ୍ମୀରର ଲୋକମାନେ ବହୁତ କଷ୍ଟ ଏବଂ ଅତ୍ୟାଚାର ସହ୍ୟ କରିଛନ୍ତି।”

ଏକ୍ସ କମ୍ୟୁନିଟି ନୋଟ୍ସ ତଥ୍ୟ ଯାଞ୍ଚ ପରେ ସ୍ପଷ୍ଟ କରିଛି ଯେ ,ଶାହବାଜ ସରିଫଙ୍କ ପୋଷ୍ଟ ଭ୍ରାମକ । ତଥ୍ୟ ଅନୁସାରେ, ମହାରାଜା ହରି ସିଂହ ୨୬ ଅକ୍ଟୋବର ୧୯୪୭ରେ ଭାରତ ସହିତ ମିଶିବାକୁ ରାଜି ହୋଇଥିଲେ। ଏହି ଚୁକ୍ତି ସ୍ୱାକ୍ଷରିତ ହେବା ପରେ, ଭାରତ ୨୭ ଅକ୍ଟୋବର ୧୯୪୭ରେ ଶ୍ରୀନଗରର ଏହି ଅଞ୍ଚଳକୁ ରକ୍ଷା କରିବା ପାଇଁ ସେନା ପଠାଇଥିଲା। ଏକ୍ସର କମ୍ୟୁନିଟି ନୋଟ୍ସ ,ମହାରାଜା ହରି ସିଂହଙ୍କ ସେହି ଚୁକ୍ତିକୁ ଉଦ୍ଧୃତ କରିଛି, ଯେଉଁଥିରେ ସେ ଜମ୍ମୁ କଶ୍ମୀରର ମିଶ୍ରଣ କରିବାକୁ ଅନୁମତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here