ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ ପରେ ଏବେ ଇସ୍ରୋର ଲକ୍ଷ୍ୟ ମିଶନ୍ ସୂର୍ଯ୍ୟ । ଆସନ୍ତା ସେପ୍ଟେମ୍ବର 2 ତାରିଖରେ ଇସ୍ରୋ ମହାକାଶକୁ ଆଦିତ୍ୟ ଏଲ 1 ଉତକ୍ଷେପଣ କରିବ । ଦିନ 11ଟା 50ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ ଓ୍ବାନ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ଘୋଷଣା କରିଛି । ଏଲ ଓ୍ବାନ ପଏଣ୍ଟରୁ ଏହି ମହାକାଶଯାନ ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବ । ବିଶେଷକରି ଆଦିତ୍ୟ ଏଲ ଓ୍ବାନ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ବରେ ଥିବା ବିଭିନ୍ନ ସ୍ତର ଥଥା ଫଟୋସ୍ଫିୟର, କ୍ରୋମୋସ୍ଫିୟର ବିଷୟରେ ଅନୁଧ୍ୟାନ କରିବ । ଆଦିତ୍ୟ ମହାକାଶଯାନ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏଲ ଓ୍ବାନ ପଏଣ୍ଟରୁ ସ୍ଥିତି ଅନୁଧ୍ୟାନ କରିବ । ଏହି ଏଲ ଓ୍ବାନ ପଏଣ୍ଟର ଦୂରତା ପୃଥିବୀ ଠାରୁ 1.5 ନିୟୁତ କିଲୋମିଟର ଦୂର ।

LEAVE A REPLY

Please enter your comment!
Please enter your name here