ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଇସ୍ରାଏଲ ମଙ୍ଗଳବାର ଦିନ ଗାଜାରେ ବିମାନ ଆକ୍ରମଣ ଆରମ୍ଭ କରିଛି। ଗାଜାର ନାଗରିକ ପ୍ରତିରକ୍ଷା ବିଭାଗ ଅଭିଯୋଗ କରିଛି ଯେ, ହମାସ ସୈନ୍ୟମାନଙ୍କ ଉପରେ ଆକ୍ରମଣ କରି ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଉଲଂଘନ କରିଛି। ଗାଜା ସିଟିରେ ଏକ ଘର ଉପରେ ବିମାନ ଆକ୍ରମଣ ଓ ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣରେ ୯ ଜଣରୁ ଅଧିକ ମୃତ୍ୟୁବରଣ କରିଛନ୍ତି ।ଗାଜା ଷ୍ଟ୍ରିପରେ ଯୁଦ୍ଧବିରତି ଭାଙ୍ଗି ପଡ଼ିଛି। ଦକ୍ଷିଣ ଗାଜାରେ ଇସ୍ରାଏଲୀ ସେନା ଉପରେ ହମାସର ଗୁଳିମାଡ଼ ପରେ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଙ୍ଗଳବାର ସେନାକୁ ତୁରନ୍ତ ଗାଜାରେ ଆକ୍ରମଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ପରେ ଇସ୍ରାଏଲୀ ସେନା ବିଳମ୍ବିତ ରାତିରେ ଗାଜାରେ ବୋମାମାଡ଼ କରିଥିଲେ। ଟ୍ୟାଙ୍କ ଗୁଳି ଏବଂ ବିସ୍ଫୋରଣର ଶବ୍ଦ ସମଗ୍ର ଅଞ୍ଚଳରେ ଶୁଣାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ଦୁଇ ଜଣ ମୃତ୍ୟୁ ଓ ଚାରିରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଉଲଂଘନ ନେଇ ପରସ୍ପରକୁ ଅଭିଯୋଗ କରିଛନ୍ତି। ଏହି ସମୟରେ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଆମେରିକାକୁ ସୂଚନା ଦେଇଥିଲା। ନେତାନ୍ୟାହୁଙ୍କ ମୁଖପାତ୍ର ଡେଭିଡ୍ ମେନସର ମଙ୍ଗଳବାର ରାତିରେ କହିଛନ୍ତି, ପତ୍ନୀକଙ୍କ ଅବଶେଷ ନ ଫେରାଇ ଏବଂ ଆମ ସେନା ଉପରେ ଆକ୍ରମଣ କରି ହମାସ ଚୁକ୍ତିନାମା ଉଲ୍ଲଂଘନ କରିଛି।

LEAVE A REPLY

Please enter your comment!
Please enter your name here