ଓଡ଼ିଶା ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଜାମିନ ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସହ ୯ ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଛି। କୋର୍ଟ ୫୦ ହଜାର ଟଙ୍କା ଜମା ଓ ୨ ଜଣ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛି। କୌଣସି ଅଭିଯୁକ୍ତ ପୋଲିସର ବିନା ଅନୁମତିରେ ନିଜ ଅଞ୍ଚଳ ଛାଡ଼ି ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ଥାନାରେ ହାଜିରା ପକାଇବା ସହିତ ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ । ତଦନ୍ତରେ, ତଦନ୍ତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ୧୧୪ ପରୀକ୍ଷାର୍ଥୀଙ୍କ ପାଇ ୪୦ରୁ ଅଧିକ ଓକିଲ ଜାମିନ ଆବେଦନ କରିଥିଲେ । ଓଡ଼ିଶାର ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ମୋଟ ୧୨୩ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ୧୧୪ ଜଣ ପରୀକ୍ଷାର୍ଥୀ ଥିଲେ ।ମାଷ୍ଟରମାଇଣ୍ଡ ମୁନା ମହାନ୍ତି ସହ ଶ୍ରୀକାନ୍ତ ମହାରଣା, ଲକ୍ଷ୍ମୀଧର ମହାରଣା, ବିଶ୍ବରଞ୍ଜନ ବେହେରା, ସୌମ୍ୟା ପ୍ରିୟଦର୍ଶିନୀ ସାମଲ ଓ ଟି.ଅଭିମନ୍ୟୁ ଦୋରାଙ୍କୁ ମଧ୍ୟ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here