କମେଡି କୁଇନ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ କିଛିଦିନ ତଳେ ବିଗ ବସ ପାଇଁ ଚର୍ଚ୍ଚାରେ ଥିଲେ । ପରେ ଖବର ଆସିଥିଲା କି ଏହି ଦୁଇଜଣ ବିଗ ବସ ୧୨ରେ ଭାଗ ନେଉନାହାଁନ୍ତି । ବର୍ତ୍ତମାନ ଏକ ଖବର ଖବର ସାମ୍ନାକୁ ଆସିଛି କି, କମେଡିଆନ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ଡେଙ୍ଗୁ ଜ୍ୱରରେ ପୀଡିତ ହୋଇଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକିଛି ଦିନ ହେବ ଭାରତୀ ଓ ହର୍ଷଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ତେଣୁ ସେମାନଙ୍କ ବ୍ଲଡ ଟେଷ୍ଟ କରାଯାଇଥିଲା । ଉଭୟଙ୍କୁ ଡେଙ୍ଗୁ ହୋଇଥିବା ରିପୋର୍ଟ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତୀ ହେବାକୁ ଡାକ୍ତର କହିଥିଲେ । ଏବେ ସେମାନଙ୍କ ଚିକିତ୍ସା ଚାଲିଛି ।

LEAVE A REPLY

Please enter your comment!
Please enter your name here