ପୂର୍ବତନ ସାଂସଦ ଏବଂ ବିଜେପି ନେତ୍ରୀ ନବନୀତ ରାଣାଙ୍କୁ ପୁଣି ଥରେ ହତ୍ୟା ଓ ଗଣଦୁଷ୍କର୍ମ ଧମକ ମିଳିଛି। ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଅଜଣା ବ୍ୟକ୍ତି ତାଙ୍କ ଅମରାବତୀସ୍ଥିତ କାର୍ଯ୍ୟାଳୟକୁ ଏହି ଚିଠି ପଠାଇଛି। ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଉଲ୍ଲେଖ ସହ ଅପମାନଜନକ ଭାଷା ବ୍ୟବହାର ହୋଇଛି।ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅମରାବତୀ କ୍ରାଇମ୍ ବ୍ରାଞ୍ଚର ଏକ ଦଳ ତୁରନ୍ତ ରାଣାଙ୍କ ଘରେ ପହଞ୍ଚିଛି। ତଦନ୍ତରୁ ଜଣାପଡିଛି ଯେ ଧମକପୂର୍ଣ୍ଣ ଚିଠିଟି ହାଇଦ୍ରାବାଦରୁ ଆସିଥିଲା। ଏହା ଜାଭେଦ ନାମକ ଜଣେ ବ୍ୟକ୍ତିଙ୍କୁ ସମ୍ବୋଧିତ କରାଯାଇଥିଲା। ନବନୀତ ରାଣାଙ୍କ ବ୍ୟକ୍ତିଗତ ସହାୟକ ମଙ୍ଗେଶ କୋକାଟେ ରାଜାପେଠ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ, ଯାହା ପରେ ଏକ ଏଫଆଇଆର ରୁଜୁ ହୋଇଥିଲା। ପୋଲିସ ଏବେ ଚିଠି ପଛରେ ଥିବା ବ୍ୟକ୍ତିଙ୍କ ପରିଚୟ ଏବଂ ଏହାର ଉଦ୍ଦେଶ୍ୟ ବିଷୟରେ ତଦନ୍ତ କରୁଛି ।

ଚିଠିରେ ଅଭିଯୁକ୍ତ ନବନୀତ ରାଣାଙ୍କୁ କେବଳ ହତ୍ୟା ଧମକ ନୁହେଁ, ବରଂ ତାଙ୍କ ପିଲାଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି। ଏହି ଭୟାବହ ଧମକ ସହିତ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ମଧ୍ୟ ସଚେତନ କରାଯାଇଛି। ପୂର୍ବରୁ ମଧ୍ଯ ନବନୀତ ରାଣା ଏପରି ଧମକପୂର୍ଣ କଲ୍ ଓ ମେସେଜ୍ ପାଇଥିଲେ। ବର୍ତ୍ତମାନ ହାଇଦ୍ରାବାଦରୁ ପଠାଯାଇଥିବା ଏହି ଚିଠି ସମ୍ବନ୍ଧରେ ଅମରାବତୀ ଓ ହାଇଦ୍ରାବାଦ ପୋଲିସ ଏକାଠି ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here