ଘର ବାହାରେ କଟିଲା ସାରା ରାତି । ପତ୍ନୀର ସୀକୃତୀ ପାଇବା ପାଇଁ ଅସହ୍ୟ ଥଣ୍ଡା ଓ କାକରକୁ ନଥିଲା ଖାତିର । ବ୍ରହ୍ମପୁରର ଡିମ୍ପଲ-ସୁମିତ ପାରିବାରିକ ବିବାଦ ମାମଲାରେ ଏବେ ନୂଆ ମୋଡ । ସମାଜସେବୀ ପ୍ରମୀଳା ଦେବୀଙ୍କ ସହ ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଡିମ୍ପଲ । ଯେ ପର‌୍ୟ୍ୟନ୍ତ ନ୍ୟାୟ ନମିଳିଛି ସେ ପର‌୍ୟ୍ୟନ୍ତ ସେ କୁଆଡେ ଯିବେନି ବୋଲି କହିଛନ୍ତି । ସୁମିତଙ୍କ ଘରେ ରହିବାକୁ କୋର୍ଟଙ୍କୁ ଅନୁମତି ମାଗିଥିଲେ ଡିମ୍ପଲ । କିନ୍ତୁ କୋର୍ଟ ଏହାକୁ ଖାରଜ କରିଛନ୍ତି । ସୋମବାର ଏହାର ପରବର୍ତ୍ତୀ ଶୁଣାଣି ଅଛି । ପୂର୍ବରୁ ତପସ୍ୱିନୀ ଦାଶ ଏବଂ ଡାକ୍ତର ସୁମିତ ସାହୁଙ୍କୁ ଏକାଠି ରହିବାକୁ ବ୍ରହ୍ମପୁର ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ତପସ୍ୱିନୀଙ୍କ ସ୍ୱାମୀ ସୁମିତ ସାହୁ । ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜ୍ ଙ୍କ କୋର୍ଟକୁ ଯାଇଛନ୍ତି । ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି । ଏପଟେ ଏସଡିଜେଏମ କୋର୍ଟରେ ଅନ୍ୟ ଏକ ପିଟିସନ ଦାଖଲ କରିବା ସହିତ ତପସ୍ୱିନୀ ଦର୍ଶାଇଛନ୍ତି ଯେ, ସେ ଆସିକା ଗେଷ୍ଟ ହାଉସ ଛାଡି ସାରିଛନ୍ତି । ଗେଷ୍ଟ ହାଉସ୍ ଛାଡିବା ପରେ ମୋତେ ମୋ ଶୁଶୁର ଘରେ ରହିବାକୁ ଦିଅ ବୋଲି ଦାବୀ କରିଛନ୍ତି ତପସ୍ୱିନୀ

LEAVE A REPLY

Please enter your comment!
Please enter your name here