ଆଜି କଟକ ସିଏମସି କାଉନସିଲ ବୈଠକ, ହଙ୍ଗାମାରେ ପରିଣତ ହୋଇଛି। ବିଜେଡି ଓ ବିଜେପି କର୍ପୋରେଟରମାନଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହେବା ପରେ ଠେଲାଠେଲି, ମାଇକ ଭାଙ୍ଗିବା ଓ ଚେୟାର ଫୋପାଡ଼ିବା ପରି ଘଟଣା ଘଟିଛି। ଏହି ଅସନ୍ତୋଷ ମଧ୍ୟରେ ବୈଠକକୁ ରୋକି ଦିଆଯାଇଛି।ଉଭୟ ପକ୍ଷଙ୍କୁ ବୁଝାଇବା ଲାଗି ମେୟର ଯେତେ ଚେଷ୍ଟା କରିଥିଲେ ସୁଧା ପରିସ୍ଥିତି ସୁଧୁରିନଥିଲା। ଶେଷରେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଚେୟାର ଛାଡି ଗୃହରୁ ପଳାଇଥିଲେ ମେୟର ସୁବାଷ ସିଂହ ଓ କମିଶନର, ଏହା ପରେ ବୈଠକ ବନ୍ଦ ରହିଛି। ସୁଚନା ଅନୁଯାୟୀ ,ଆଜି ସିଏମସି କାଉନସିଲ ବୈଠକ ବସିଥିଲା। ବୈଠକରେ ବାଲିଯାତ୍ରା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। ତେବେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲେ ବିଜେଡି ଓ ବିଜେପିର କର୍ପୋରେଟର। ଏତିକି ବେଳେ ଜଣେ ସଦସ୍ୟ ବୈଠକରେ ଅପ ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ବୈଠକରେ ହଙ୍ଗାମା ହୋଇଥିଲା।














