ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ନରକଙ୍କାଳ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ବୋଲି ଜଣାପଡିଛି। ମୃତକ ହେଉଛନ୍ତି ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ। ପୂର୍ବ ଶତ୍ରୁତାରୁ ମୃତକଙ୍କୁ ମାରି ଜଙ୍ଗଲରେ ଅଭିଯୁକ୍ତ ଫିଙ୍ଗି ଦେଇଥିଲେ ବୋଲି ସ୍ବୀକାର କରିଛନ୍ତି।ଅଭିଯୁକ୍ତଙ୍କୁ ଧରି କ୍ରାଇମ୍‌ ସିନ ରିକ୍ରିଏସନ୍‌ କରିଛି ପୋଲିସ।ସୂଚନା ଅନୁଯାୟୀ, ମାସକ ତଳେ ପିତାଗାଡ଼ିଆ ପାଟଣାର ଜଣେ ୭୦ ବର୍ଷୀୟ ବୃଦ୍ଧ ବଳରାମ ଦେଓଗାମ ନିଖୋଜ ହୋଇଯାଇଥିଲେ, ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଜବତ ହୋଇଥିବା ନରକଙ୍କାଳଟି ବଳରାମଙ୍କର ବୋଲି ପୁଲିସ ସ୍ପଷ୍ଟ କରିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ନେଇ ପୁଲିସ କହିଛି। ଏହା ସହିତ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ କରୁଛି ପୁଲିସ।

LEAVE A REPLY

Please enter your comment!
Please enter your name here