ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଆମେରିକୀୟ ଟେଲିଭିଜନ ଚ୍ୟାନେଲରେ ଦାବି କରିଛନ୍ତି ଯେ ପାକିସ୍ତାନ ଭୂତଳ ପରମାଣୁ ପରୀକ୍ଷଣ କରୁଛି। ରୁଷ ଏବଂ ଚୀନ୍ ଭଳି ଦେଶ ମଧ୍ୟ ପରମାଣୁ ପରୀକ୍ଷଣ କରୁଛନ୍ତି। ଭୂତଳ ପରୀକ୍ଷଣ ଯୋଗୁଁ କମ୍ପନ ସୃଷ୍ଟି ହେଉଛି ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ରବିବାର ଏକ ନ୍ୟୁଜ୍ ଚ୍ୟାନେଲ ସହିତ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ରୁଷ ଏବଂ ଚୀନ୍ ପରୀକ୍ଷଣ କରୁଛନ୍ତି, କିନ୍ତୁ ସେମାନେ ଏହାକୁ ଗୁପ୍ତ ରଖୁଛନ୍ତି । ଆମେ ଏକ ଖୋଲା ସମାଜ। ଆମେ ଭିନ୍ନ। ଆମକୁ ଏହି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ୍ । ନଚେତ୍ ଆମ ଉପରକୁ ଆଙ୍ଗୁଳି ଉଠିବ । କିନ୍ତୁ ରୁଷ ଓ ଚୀନରେ ସେଭଳି ସାମ୍ବାଦିକ ନାହାନ୍ତି, ଯେଉଁମାନେ ପ୍ରଶ୍ନ କରି ପାରିବେ । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଆମେରିକାକୁ ମଧ୍ୟ ପରମାଣୁ ପରୀକ୍ଷଣ କରିବା ଉଚିତ୍ । ଟ୍ରମ୍ପ କହିଛନ୍ତି, ଆମେ ଅନ୍ୟ ଦେଶମାନଙ୍କ ପରି ପରମାଣୁ ଅସ୍ତ୍ର ପରୀକ୍ଷଣ କରିବୁ। ଟ୍ରମ୍ପ୍ ଦାବି କରିଛନ୍ତି ଯେ ଆମେରିକା ପାଖରେ ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ର ଅଛି। ଆମ ପାଖରେ ବିଶ୍ୱକୁ ୧୫୦ ଥର ଉଡ଼ାଇ ଦେବା ପାଇଁ ଯଥେଷ୍ଟ ପରମାଣୁ ଅସ୍ତ୍ର ଅଛି। ରୁଷ ପାଖରେ ବହୁତ ପରମାଣୁ ଅସ୍ତ୍ର ଅଛି ଏବଂ ଚୀନ୍ ପାଖରେ ମଧ୍ୟ ବହୁତ ପରମାଣୁ ଅସ୍ତ୍ର ଅଛି। ସେମାନଙ୍କ ପାଖରେ କମ୍ ଅଛି,କିନ୍ତୁ ଆମେରିକା ପାଖରେ ବହୁତ ଅଛି ବୋଲି ଟ୍ରମ୍ପ କହିଛନ୍ତି ।

LEAVE A REPLY

Please enter your comment!
Please enter your name here