ବିସିସିଆଇ ଅଧକ୍ଷ୍ୟ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଟୁଇଟକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ଲାଗିଲା ବ୍ରେକ୍ । ଟୁଇଟ୍ ପରେ ଗାଙ୍ଗୁଲି ବିିସିସିଆଇ ପଦ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଗାଙ୍ଗୁଲି ପଦରୁ ଇସ୍ତଫା ଦେଇନାହାଁନ୍ତି । ଏନେଇ ବିସିସିଆଇ ସମ୍ପାଦକ , କୋଷାଧକ୍ଷ୍ୟ ସ୍ପଷ୍ଟ କରିଥିଲେ । ଏବେ ଏହି ଟୁଇଟକୁ ନେଇ ମୁହଁ ଖୋଲିଛନ୍ତି ଖୋଦ୍ ଗାଙ୍ଗୁଲି । ଗାଙ୍ଗୁଲି କହିଛନ୍ତି ଯେ, ସେ ବିସିସିଆଇ ପଦରୁ ଇସ୍ତଫା ଦେଇନାହାଁନ୍ତି । ବିଶ୍ୱସ୍ତରରେ ସେ ଏକ ନୂଆ ଏଜୁକେସନ ଆପ୍ ଲଞ୍ଚ କରିଥିବା କହିଛନ୍ତି । ପିଲାମାନଙ୍କ ପାଇଁ ଏହି ଏଜୁକେସନ ଆପ୍ ଲଞ୍ଚ କରିଛନ୍ତି ।
ବୁଧବାର ଗାଙ୍ଗୁଲି ଏକ ଟୁଇଟ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ହେଉଥିଲା କି ବିିସିସିଆଇ ଅଧକ୍ଷ୍ୟ ପଦରୁ ଗାଙ୍ଗୁଲି ଇସ୍ତଫା ଦେଇଛନ୍ତି । ସେ ଲେଖିଥିଲେ, କ୍ରିକେଟରେ ୩୦ ବର୍ଷର ଲମ୍ବା ଯାତ୍ରା ପରେ ସେ ଏକ ନୂଆଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here