ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍ ଟର୍ମିନାଲରେ ମା ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର । ମିଳିଥିବା ସୂଚନା ଅନୁଯାୟୀ, ମା’-ଝିଅ ବସ୍ ପାଇଁ ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଉଭୟ ବସଷ୍ଟାଣ୍ଡର ୱେଟିଂ ରୁମରେ ଶୋଇଥିଲେ । ଏହି ସମୟରେ ଅଭିଯୁକ୍ତ ପବିତ୍ର କହଁରର ଲୋଲୁପ ଦୃଷ୍ଟି ପଡ଼ିଥିଲା । ସେ ମା-ଝିଅଙ୍କୁ ଟଣାଓଟରା କରିଥିଲା । ଏହି ସମୟରେ ଉଭୟ ପାଟିତୁଣ୍ଡ କରିବାରୁ ଅଭିଯୁକ୍ତ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା । ଭରତପୁର ଥାନା ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତାକୁ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟପକ୍ଷରେ, ବରମୁଣ୍ଡା ବସଷ୍ଟାଣ୍ଡ୍ ଭଳି ଜନସମାଗମ ଭରା ଏକ ବସ୍ ଟର୍ମିନାଲରେ ଏଭଳି ଘଟଣା ଘଟିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି।ଏହି ଘଟଣା ପରେ ବସଷ୍ଟାଣ୍ଡର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

LEAVE A REPLY

Please enter your comment!
Please enter your name here