ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ ଙ୍କ ଠାରୁ ଟଙ୍କା ଏବଂ ଗାଡ଼ି ଡ଼କାୟତି କରି ନେଇଥିବା ଘଟଣାରେ ଆଜି ଜଗତସିଂହପୁର ପୋଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜଣେ ମହିଳା ଏଜେଣ୍ଟ ଙ୍କ ଠାରୁ କିଛିଦିନ ତଳେ ନିଜ କଲେକ୍ସନ ଟଙ୍କା ଧରି ଫେରୁଥିବା ସମୟରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ଏକ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ନଗଦ ୬୩,୦୦୦ ଟଙ୍କା ସମେତ ମହିଳାଙ୍କ ଏକ ହୋଣ୍ଡା ଆକ୍ଟିଭା ଗାଡ଼ିକୁ ମଧ୍ୟ ନେଇ ପଳାଇଥିଲେ । ଅଭିଯୋଗକୁ ଭିତ୍ତିକରି ଜଗତସିଂହପୁର ପୋଲିସ ଥାନା କେସ ନଂ-୪୦/୨୦୨୨ ରେ ଏକ ମାମଲା ରୁଜୁ କରି, ଆଜି ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୩୨ ହଜାର ୨୮୦ଟଙ୍କା, ୪ଗୋଟି ମୋବାଇଲ, ଗୋଟିଏ ହୋଣ୍ଡା ସାଇନ ଗାଡ଼ି ଏବଂ ମହିଳା ଏଜେଣ୍ଟ ଜଣଙ୍କ ର ଆକ୍ଟିଭା ଗାଡ଼ି ଟିକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି। ତେବେ ଏହି ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ସ୍ଥାନୀୟ ଓଡ଼ିଶୋ ଗ୍ରାମର ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଭୁବନେଶ୍ୱର ସ୍ଥିତ ଭରତପୁର ଅଞ୍ଚଳରେ ରହୁଥିବାର ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here