ସ୍ୱିଜରଲାଣ୍ଡର ସେଣ୍ଟ ଗାଲେନରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ବିନ୍ଧିବାକୁ ବିରୋଧ କରି ରବିବାର ମତଦାନ କରାଯାଇଥିଲା । ଏହାକୁ ଅଧିକାଂଶ ଲୋକେ ସମର୍ଥନ କରିଥିବା ଜଣାପଡିଛି । ତେବେ ଏହା ସ୍ୱିଜରଲାଣ୍ଡର ଦ୍ୱିତୀୟ ଅଞ୍ଚଳ ଯେଉଁଠାରେ ବୁର୍ଖାକୁ ନାଁ କୁହାଯାଇଛି । ଏଠାରେ ୩୬ ପ୍ରତିଶତ ମତଦାନ ହୋଇଥିବାବେଳେ ପ୍ରାୟ ୬୭ ପ୍ରତିଶତ ବୁର୍ଖା ନ ପିନ୍ଧିବା ସପକ୍ଷରେ ଭୋଟ ଦେଇଥିଲେ । ସୂଚନାଯୋଗ୍ୟ, ୨ ବର୍ଷ ପୂର୍ବେ ସ୍ୱିଜରଲାଣ୍ଡର ଦକ୍ଷିଣ ତିଚିନରେ ମଧ୍ୟ ବୁର୍ଖା ଓ ଅନ୍ୟକିଛି ମୁସଲମାନ ବେଶ ପୋଷାକ ସର୍ବସାଧାରଣରେ ନ ପିନ୍ଧିବାକୁ ନେଇ ପ୍ରଣୟନ କରାଯାଇଥିଲା । ଏବେ ଏହାକୁ ଅନୁସରଣ କରିଛି ସେଣ୍ଟ ଗାଲେନ ।

LEAVE A REPLY

Please enter your comment!
Please enter your name here