ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଚିନ୍ତାଲିଗୁଡା ଗାଁରେ  ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି. ଫଳରେ ଅଗ୍ନିକାଣ୍ଡରେ ପ୍ରାୟ 7ଟି ପରିବାରର 20 ବଖରା ଘର ପୋଡି ପାଉଁଶ ହୋଇଯାଇଛି. ଅଗ୍ନିକାଣ୍ଡ ଏଭଳି ଭୟଙ୍କର ଥିଲା ଯେ, ଚାହୁଁଚାହୁଁ ନିଆଁ ବ୍ୟାପି ଯାଇଥିଲା. ପରେ ଖବର ପାଇ ଗୁଣପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିଥିଲେ. ଏଥିରେ ଲକ୍ଷାଧିକ ମୂଲ୍ୟର ସଂପତ୍ତି ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଜରୁରୀ କାଗଜପତ୍ର ମଧ୍ୟ ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି. ଅନ୍ୟପଟେ ଏ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବାରୁ ସାଧାରଣରେ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଛି.

 

LEAVE A REPLY

Please enter your comment!
Please enter your name here