କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗର ଅବଶିଷ୍ଟ ଦୁଇ ସଦସ୍ୟଙ୍କ ନାଁ ଘୋଷଣା କରିବା ସହ ଏହାର ପ୍ରକ୍ରିୟାକୁ ନେଇ ସୂଚନା ଦେଇଛନ୍ତି । ନୂଆ ବେତନ ଆୟୋଗ ଗଠନର ଉଦ୍ଦେଶ୍ୟ ବେତନ ବୃଦ୍ଧି ପାଇଁ କର୍ମଚାରୀଙ୍କ ଦାୟିତ୍ୱ, ଉତ୍ତରଦାୟୀ ଓ ପ୍ରଦର୍ଶନକୁ ଆଧାର କରିବାକୁ ପଡିବ । ବେତନ ଆୟୋଗ କର୍ମଚାରୀଙ୍କ ବେତନ, ପେନସନ ,ଭତ୍ତା , ବୋନସ ଓ ଅନ୍ୟ ସୁବିଧାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ସୁପାରିଶ କରିବ । ଏମିତି ବେତନ ଢାଞ୍ଚା ପ୍ରସ୍ତୁତ ହେବ ଯାହା ପ୍ରୋତ୍ସାହିତ କରୁଥିବ ଏବଂ କର୍ମଚାରୀଙ୍କୁ ଦାୟିତ୍ୱବାନ କରୁଥିବ । ପୁର୍ବ ବେତନ ଆୟୋଗ ଆଧାରରେ ପରିବର୍ତ୍ତନ କରାଗଲେ ବେତନ ଓ ପେନସନରେ ବଡ ବୃଦ୍ଧି ହୋଇପାରେ । ଯଦି ଫିଟମେଣ୍ଟ ଫ୍ୟାକ୍ଟର ବଢେ ତେବେ ୨୫ ହଜାରର ମାସିକ ପେନସନ ବୃଦ୍ଧି ଘଟି ୫୦ ହଜାର ପର୍ଯ୍ୟନ୍ତ ହୋଇପାରେ । ବର୍ତ୍ତମାନ ଥିବା ବୋନସ ଯୋଜନା ସହ ସବୁ ଭତ୍ତାର ସମୀକ୍ଷା କରାଯିବ । ଏହାର ଉପଯୋଗିତା ଏବଂ ସର୍ତ୍ତଗୁଡିକର ନିରୀକ୍ଷଣ କରାଯିବ । ଆବଶ୍ୟକ ପଡିଲେ ଅନାବଶ୍ୟକ ଭତ୍ତାଗୁଡିକୁ ସମାପ୍ତ କରାଯିବ । ନ୍ୟାସନାଲ ପେନସନ ସିଷ୍ଟମରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କ ପାଇଁ ମୃତ୍ୟୁ ସହ ଅବସରପ୍ରାପ୍ତ ଗ୍ରାଚ୍ୟୁଟିର ସମୀକ୍ଷା କରାଯିବ । ଏନପିଏସରୁ ବାହାର ପୁରୁଣା ପେନସନ ବିଶିଷ୍ଟ କର୍ମଚାରୀଙ୍କ ପାଇଁ ପେନସନ ଓ ଗ୍ରାଚ୍ୟୁଟି ନିୟମ ଉପରେ ମଧ୍ୟ ସୁପାରିସ କରାଯିବ ।

LEAVE A REPLY

Please enter your comment!
Please enter your name here